ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳଶ ଯାତ୍ରା

ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ଯାଜ୍ଞ ପାଇଁ ଆଜି ନିକଟସ୍ଥ ପୋଖରୀରୁ ଘଟ୍ଟୋ ତ୍ତଳନ କରାଯାଇ କଳାଶ ଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯାଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ହୋମ ଯାଜ୍ଞ ଆରମ୍ଭ ହୋଇଛି। ସୁଧାଂଶୁ ବିଶ୍ୱାଳ, ମଧୁମିତା ସ୍ୱାଇଁ, ଯୁଧିଷ୍ଠିର ବିଶ୍ୱାଳ, ନରହରି କୁଅଁର, ଖଗେଶ୍ୱର ବାରିକ, ବୀରଭଦ୍ର ବିଶ୍ୱାଳ, ଦର୍ପ ଦଳନ ଆଚାର୍ଯ୍ୟ, ସୁବୋଧ ଆୟଚ, ମାନସ ପାଢ଼ୀ, ରବି ନାରାୟଣ ବେହେରା, ସନ୍ତୋଷ କୁଅଁର, ତପନ ବିଶ୍ୱାଳ, ସୁଧାଂଶୁ ଆୟଚ, ସୁଶାନ୍ତ ଧଳ, ସତ୍ୟବ୍ରତ ଦେବତା ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି। ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, ନାରାୟଣ ଦିବେଦୀ, କୃପାସିନ୍ଧୁ ପାଢ଼ୀ ପ୍ରମୁଖଙ୍କ ବେଦମନ୍ତ୍ରରେ ପୂଜାର୍ଚନା ଆରମ୍ଭ ହୋଇଛି। ଆଜି ଗଣପତି ପୂଜା, ବର୍ଦ୍ଧନୀଘଟ, ମଣ୍ଡଳ ପୂଜା ଆଦି କରାଯାଇଥିବା ବେଳେ ଆସନ୍ତା କାଲି ଧେନୁ ପୂଜା, ଗୀତା ଯଜ୍ଞ କରାଯିବ।  ତପୋଧାନ ସ୍ୱାଇଁ, କୁମୁଦୁନୀ ସାମଲ,    କାହ୍ନୁ ଚରଣ ପାଢ଼ୀ, ମୋହନ ଚରଣ ପାଢ଼ୀ, ବିମ୍ବାଧର ବିଶ୍ଵାଳ, ବନ ବିହାରୀ ବେହେରା, ପ୍ରାଣବଲ୍ଲବ ବିଶ୍ଵାଳ, ରମାକାନ୍ତ ବିଶ୍ଵାଳ, ଅନାଦି ଚରଣ ବିଶ୍ଵାଳ, ଜଗବନ୍ଧୁ ରାଉତ, ଶାନ୍ତନୁ ରାଉତ, ଚକ୍ରଧର ସାହୁ, କୈଳାଶ ସୁବୁଦ୍ଧି, ଶିଶିର ବିଶ୍ବାଳ, ସୁଧାଂଶୁ ବିଶ୍ବାଳ, ବସନ୍ତ ବେହେରା, ଦୁର୍ଗା ପ୍ରସାଦ ସ୍ୱାଇଁ, କିଶୋର ଆଚାର୍ଯ୍ୟ, ଶଶିକାନ୍ତ ବିଶ୍ୱାଳ, ବଳରାମ ବିଶ୍ଵାଳ,ପର୍ଶୁରାମ ନାୟକ, ଶିଶିର ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ