ପୌରପରିଷଦର କଂଗ୍ରେସ କମିଟି ସଭାପତି ହେଲେ କାଳିଆ ରାଉଳ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ର ଯୁବ ସଂଗଠକ ତଥା ଟାଣୁଆ ନେତା କାଳିଆ ରାଉଳ ଙ୍କୁ ଆଜି ଗୁରୁ ଦାୟିତ୍ୱ ଗଞ୍ଜାମ ଜିଲ୍ଲା କଂଗେସ ( ପୂର୍ଵ )କମିଟି ର ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରଦାନ କରିଛନ୍ତି l ଶ୍ରୀ ରାଉଳ ଙ୍କୁ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ର ନୂତନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି l ଏନେଇ ଶ୍ରୀ ପଟ୍ଟନାୟକ  ଏକ ଚିଠି ମାଧ୍ୟମ ରେ ସୂଚନା ଦେଇଛନ୍ତି l  ଛତ୍ରପୁର ପୌରପରିଷଦ ର କଂଗ୍ରେସ ଦଳର ସଭାପତି ଭାବେ ଦାୟିତ୍ୱ କାଳିଆ ରାଉଳ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ସୁଅ ଛୁଟିଛି l ଏନେଇ ସେ କହିଛନ୍ତି ଯେଉଁ ଗୁରୁ ଦାୟିତ୍ୱ ମୋତେ ଦଳ ଦେଇଛନ୍ତି ତାଙ୍କୁ ମୁଁ ସୁଚାରୁ ରୂପେ ତୁଲାଇବା ସହିତ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ, ଉପଦେଷ୍ଟା ତ୍ରିନାଥ ବେହେରା, ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ ଓ ବୃନ୍ଦାବନ ଖଟେଇ ଏବଂ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଆଗାମୀ ଦିନ ରେ ଦଳ କିପରି ସୁ ସଙ୍ଗଠିତ ହେବ ସେଥିପାଇଁ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ