କଲ୍ୟାଣସିଂହପୁର ଟମାଟୋର ଅଭାବୀ ବିକ୍ରିର ସମ୍ମୁଖୀନ ଚାଷୀ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ରାୟଗଡା ଜିଲ୍ଲାର କିଛି ବ୍ଲକରେ ଆରମ୍ଭ ହୋଇଥିବା ଉନ୍ନତ ପ୍ରଣାଳୀରେ ଟମାଟ ଚାଷ ଚଳିତ ବର୍ଷ କ୍ଷତି ପଡି ମାନସିକ ଯନ୍ତ୍ରଣା ପାଇବା ଛଡା କିଛି ନୁହଁ ବୋଲି ମୁଣ୍ଡରେ ହାତଦେଇ ବସିଛନ୍ତି।ଗତ ଜାନୁଆରୀ ୨୦ ପର ଠାରୁ ରାୟଗଡା ଜିଲ୍ଲାର ବିଭନ୍ନ ବ୍ଲକରେ ଉନ୍ନତ ପ୍ରଣାଳୀରେ କରୁଥିବା ଟମାଟୋ ଚାଷୀ ଅଭାବୀ ବିକ୍ରିରେ ଶିକାରହୋଇ କ୍ଷତିରେ ପଡି ହନ୍ତସନ୍ତ ହେଉଛନ୍ତି।ବଜାରରେ ପରିପରିବା ଦର ଥିଲା ଆକାଶଛୁଆଁ ବିଭିନ୍ନ ପରିବା କିଲୋ ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଥୁଲା ବେଳେ ଟମାଟ  ବର୍ତମାନ ଟମାଟୋ ଦର ରସାନ୍ତଳକୁ ଖସି ଯାଇଛି । ଟମାରେ  ଦର ରାୟଗଡା ଜିଲ୍ଲା ସମସ୍ତ ବ୍ଲକ ଓ ସଦର ମହାକୁମା ବଜାରରେ  କିଲୋ ୧୮ ଟଙ୍କାରୁ ୨୦ଟଙ୍କା ରେ ବିକ୍ରି ହେଉଛି  । କିନ୍ତୁ ରାୟଗଡା, କଲ୍ୟାଣସିଂହପୁର, ବିଷମ କଟକ, ମୁନିଗୁଡା, ଅମ୍ଳଭଟାରେ ପ୍ରାୟ ଶହେ ଏକରରୁ ଅଧିକ ଉନ୍ନତ ପ୍ରଣାନୀରେ କରୁଥିବା ଟମାଟୋ ଚାଷୀଙ୍କ ଟମାଟ ବିକ୍ରି ହେଉନଥିବାରୁ ଗଛରେହଜାରହଜାର ଟ୍ରେ ଟମାଟ ପାଚି ପାଚି ସଢ଼ି ଯାଉଥିବାରୁ ଚାଷୀମାନେ ଚିନ୍ତାରେ  ପଡି ଯାଇଛନ୍ତି। ଏକର ପିଛା ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କାରି ଥିଲେ ମଧ୍ୟ ଭଲ କରି ବିକ୍ରି କରି ପାରିନଥିବାରୁ ଭଲକରି ଶୋଇ ପାରୁନାହାନ୍ତି।ଚାଷୀଙ୍କ ବିଲରେ ଦର ରହିଛି ମାତ୍ର ୨ ଟଙ୍କା କେହି ବେପାରୀ ନେବାପାଇଁ ରାଜି ହେଉନଥିବାରୁ ଗଛରେ ପାଚି ରହିଯାଇଛି। ଟମାଟୋ ତୋଳିବା ପାଇଁ ଶ୍ରମିକଙ୍କୁ ଦେବା ପାଇଁ ଟଙ୍କା ଆସୁନଥିବାରୁ ଚିନ୍ତାରେ ପଡି ଯାଇଛନ୍ତି।ବେପାରୀ ମାନେ ଡାଷୀଙ୍କ ଠାରୁ କମ୍ ରେ କିଣି ବଜାର ରେ ଅଧିକ ଟଙ୍କାରେ ବିକ୍ରି ବିକ୍ରି କରୁଛନ୍ତି। ସରକାରଙ୍କ ପକ୍ଷରୁ ଜିଲ୍ଲାରେ କିମ୍ବା କଲ୍ୟାଣସିଂହପୁର ବ୍ଲକରେ ଶୀତଳ ଭଣ୍ଡାର ନଥିବାରୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି ଓ ଟମାଟୋ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି  ବୋଲି ଟମାଟ ଚାଷୀ ଅଭିଯୋଗ କରିଛନ୍ତି। କମ୍ ଦରରେ ମିଳୁଥିବା ଟମାଟୋ କୁ ବାହାର ରାଜ୍ୟର ବ୍ୟବସାୟୀ କିଣି ନେଇ କିଛି ଦିନ ଶୀତଳ ଭଣ୍ଡାର ରେ ଗସ୍ଥିତ ରଖ୍ ପୁଣି ଚଢା ଦରରେ ବିକ୍ରି କରିବେ । କିନ୍ତୁ ଚାଷୀ ଚାଷ  ଦୂରର କଥା ତୋଳିବା ଟଙ୍କା ପାଉନଥିବା କ୍ଷୋଭର ସହ ଜିଲ୍ଲାର ଚାଷୀମାନେ ପ୍ରକାଶ କରିଛନ୍ତି। ଟମାଟୋ ଟ୍ରେ ପିଛା ୩୦ ଟଙ୍କା ଦରରେ ବିକ୍ରି କରାଯାଉଛି | ଗୋଟିଏ ଟ୍ରେ ୨୭ କେଜି ଟମାଟୋ ରହୁଛି I ଅର୍ଥାତ କିଲୋ ପିଛା ଟମାଟୋ ଦର ଟଙ୍କାରୁ କିଛି ପଇସା ପଢୁଛି I ହୋଲସେଲର ବଜାର ରେ ଏହାକୁ ଖୁଚୁରା ବେପାରୀ ମାନଙ୍କୁ ବିକ୍ରି କରୁଛନ୍ତି। ଖୁଚୁରା ବେପାରୀ ମାନେ ପ୍ରତି ୧୫ଟଙ୍କା ରୁ ୨୦ଟଙ୍କା ରେ ବିକ୍ରି କରୁଛନ୍ତି।ପୂର୍ବରୁ ଟମାଟୋ ଚାଷ ନିକଟରେ ପ୍ରତିକ ଦିନ ୨ ଟି କିମ୍ବା ୩ ଟି ପିକଅପ ଭ୍ୟାନରେ ଟ୍ରକ, ଆଇଚର ଟମାଟୋ ପଠାଯାଉଥିଲା । ମାତ୍ର ଦର ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ଚାଷୀ ଚିନ୍ତାରେ ପଡିଛି ସଂରକ୍ଷଣ ପାଇଁ କୌଣସି ସ୍ଥାନ ନାହିଁ।ଚାଷୀ ହିଁ କେବଳ ଅଭାବୀ ବିକ୍ରିର ଶିକାର ହେଉଛି ସରକାରୀ କଳ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି। ଲୋକଙ୍କ ସରକାର ପୂର୍ବନିର୍ବାଚନରେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରସଙ୍ଗ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ୨୨ ମାସ ବିତିଯାଇଥିଲେ ମଧ୍ୟ ମନେ ପଡି ନଥିବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳରେ ଚର୍ଚା ହେଉଛି I ନିର୍ବାଚନ ଜିତିଗଲା ପରେ ଏ ନେଇ କୌଣସି ଆନ୍ତରିକତା ଦେଖାଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ