କନ୍ଧମାଳ ଭାଜପାର ଜିଲ୍ଲା ସାଙ୍ଗଠନିକ ବୈଠକ: ତୃଣମୂଳ ସ୍ତରରେ ହେବ ଜନ କଲ୍ୟାଣକାରୀ ଯୋଜନାର ସଚେତନତା

ରାଇକିଆ (ୟୁଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଭାଜପାର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ପୂର୍ବତନ ବିଧାନ ସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେଇ, ପୂର୍ବତନ ବିଧାୟିକା ପ୍ରାର୍ଥୀ କଳ୍ପନା କହଁର, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଯୋଗ ଦେଇ ସାଂଗଠନିକ ସ୍ତର ରେ ଦଳ କିପରି ମଜଭୁତ୍ ହୋଇ କାମ କରିପାରିବ ଏବଂ ସଧାରଣ ଜନତାଙ୍କ ବିଶ୍ୱାସ ଓ ଭରସ କୁ ଅତୁଟ ରଖିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ସରପଞ୍ଚ, ସମିତି ସଭ୍ୟସଭ୍ୟାଙ୍କ ସହିତ ମଣ୍ଡଳ ସଭାପତି, ପୂର୍ବତନ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ଓ ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧିଙ୍କ ସହିତ ସମସ୍ତ ମୋର୍ଚ୍ଚାର ସଭାପତି ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ରାଇକିଆ ବ୍ଲକ୍ ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ପାତ୍ରଙ୍କ ସମେତ ଦଳୀୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ