ସାଳନ୍ଦୀ ନଦୀରେ ଲିନ ହେବାକୁ ବସିଛି କାନପୁର ଗ୍ରାମ: ବାରମ୍ବାର ଦାବି ସତ୍ତ୍ୱେ ହେଉନି ସୁରକ୍ଷା ବନ୍ଧ ନିର୍ମାଣ

ହାଟଡିହି (ଓ୍ବାଇଏନଏସ): ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଥିବାରୁ ନଦୀରେ ଲିନ ହେବାକୁ ବସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗ୍ରାମ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏନେଇ ଗତ ୮ବର୍ଷ ହେଲା ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ଜଳ ସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉନି। ପୁର୍ବରୁ ନଦୀର ଜଳସ୍ରୋତ ନଦୀ ମଝିରେ ଯାଉଥିବା ବେଳେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଏହାର ଗତିପଥ ପରିବର୍ତନ ହୋଇଛି। କାନପୁର ଗାଁ ପାଖଦେଇ ଜଳ ସ୍ରୋତ ପ୍ରବାହିତ ହେଉଥିବାରୁ ଏହା ଗାଁ ପାଇଁ ବିପଦ ସୃଷ୍ଟି କରିଛି। ପ୍ରତି ବର୍ଷ ୨/୩ ଫୁଟ କୁଳ ଖାଉଥିବା ବେଳେ ଭୂସ୍ଖଳନ ଘଟି ଅନେକ କ୍ଷୟ କ୍ଷତି ହେଉଛି। ଗତ ୨୦୧୪/୧୫ରୁ ଏହି ଭୁସ୍ଖଳନ ଆରମ୍ଭ ହୋଇ  ଅନେକ ଲୋକଙ୍କ ଘର ଭାଙ୍ଗି ପଡିଥିବା ବେଳେ ଅନେକ ଲୋକଙ୍କ ଘରବାଡ଼ିରୁ ଗଛ ସବୁ ଉପୁଡ଼ି ମାଟି ସବୁ ନଦୀ ମଧ୍ୟକୁ ଖସି ପଡ଼ିଛି। ଅନେକ ଲୋକଙ୍କ ପକ୍କା ଘରରେ ମଧ୍ଯ ଫାଟ ସୃଷ୍ଟି ହୋଇଛି। ଏପରି ଘଟଣା ଘଟିବା ପରେ ତତ୍କାଳୀନ ବିଧାୟକ ମାୟାଧର ଜେନା, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗାଁ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରତିକାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନି। ପ୍ରତିବର୍ଷ ଗାଁର କିଛି କିଛି ଅଂଶ ନଦୀରେ ମିଶୁଛି। ଗତ ତିନିଦିନ ମଧ୍ୟରେ ଗାଁ ର ହରିହର ବେହେରା, ବିଶ୍ଵନାଥ ବେହେରା, ପଦ୍ମନାଭ ବେହେରା, କହ୍ନେଇ ଚରଣ ଜେନା, ସୁଦାମ ଜେନା, ହରିହର ବେହେରା, ଶଶଧର ବେହେରା, ସର୍ବେଶ୍ଵର ବେହେରା, ଅମୂଲ୍ୟ ଜେନା, ନରହରି ଖମାରୀ, ନରେନ୍ଦ୍ର ସେଣ, ଉପେନ୍ଦ୍ର ସେଣ , ଜୟୀରାମ ସେଣ, ପ୍ରସାନ୍ତ ସେଣ, ରାମ ସେଣ, ଭାସ୍କର ସେଣ, ବାବାଜୀ ବେହେରା, ଜଗବନ୍ଧୁ ଜେନା ପ୍ରମୁଖ ଅନେକ ଲୋକଙ୍କ କ୍ଷୟ କ୍ଷତି ହୋଇଛି। ହରିହର ବେହେରା, ବିଶ୍ଵନାଥ ବେହେରା, ଜଗବନ୍ଧୁ ଜେନା, ନରହରି ଖମାରୀ, ଅମୂଲ୍ୟ ଜେନାଙ୍କ ପାଇଖାନା, ଗୁହାଳ ଘର ଆଦି ଭାଙ୍ଗି ପଡିଥିବା ବେଳେ ଅନେକ ଲୋକଙ୍କ ୪/୫ଫୁଟ ଓସାରର ମାଟି ଧସି ଯାଇଛି। ସେହି ସ୍ଥାନରେ ଥିବା ଗଛ ପତ୍ର ମଧ୍ଯ ଉପୁଡ଼ି ପଡ଼ିଛି। ତୁରନ୍ତ ଏହାର ଅନୁଧ୍ୟାନ କରାଯାଇ ଗାଁ କୁ ରକ୍ଷା କରିବା ପାଇଁ ନଦୀ କଡେ କଡେ କଂକ୍ରିଟ ବନ୍ଧ ନିର୍ମାଣ କରିବାକୁ ହର ମୋହନ ପଣ୍ଡା, ବିଶ୍ଵ ରଞ୍ଜନ ପାଣିଗ୍ରାହୀ, ଗୌରାଙ୍ଗ ବାରିକ, ଗୌରାଙ୍ଗ ରାଉତ, ସରୋଜ ରାଉତ, ଶିବ ଖମାରୀ, ଅଭିରାମ ରାଉତ, ରଣଜିତ୍ ଖମାରୀ, ନରହରି ଖମାରୀ, ହରିହର ଖମାରୀ, ଜୟକୃଷ୍ଣ ଖମାରୀ ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି। ନଚେତ୍ ଅଳ୍ପ ଦିନ ଭିତରେ ଗାଁ ଟି ସାଳନ୍ଦୀ ନଦୀରେ ଲୀନ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ ମାନେ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ