ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କାର୍ଯ୍ୟକ୍ରମ
ପୋଲସରା, (ଅନୀଲ କୁମାର ମହାରଣା): ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷ ସମ୍ମାନ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଓ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁକ୍ତ ତିନି ବିଭାଗ ଶୈକ୍ଷିକ ଅଧିକାରୀ ତଥା ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡକ୍ଟର ରୋଜିତା ମିଶ୍ର, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ମନୋଜ କୁମାର ସାହୁ, ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ଼ଃ ବିରଞ୍ଚି ନାରାୟଣ ରଥ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ପରମ୍ପରାକୁ ବଜାୟ ରଖି ଗତାନୁଗତ ଧାରାରେ ଛାତ୍ରଛାତ୍ରୀଙ୍କ ସୁନ୍ଦର ଆୟୋଜନ ଓ ଆନୁଷ୍ଠାନିକ ସ୍ୱାଗତକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


