କାୟାକଳ୍ପ ଟିମ୍ର ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ କାୟାକଳ୍ପ ଟିମ୍ ଗୁରବାର ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ଓ ରୋଗୀଙ୍କୁ ମିଳୁଥିବା ସେବା ଓ ସ୍ୱଚ୍ଛତାର ମୂଲ୍ୟାଙ୍କନ କରି ଫେରିଥିବା ଜଣାପଡିଛି । ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗର ଏନ୍ପିସିବିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁବାଶିଷ୍ ମହାନ୍ତିଙ୍କ ନେତୃତ୍ୱରେ ହୃଷିକେଶ ସାହୁ ଓ ଡାକ୍ତର ବିଶ୍ୱକଲ୍ୟାଣ ମିଶ୍ର ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ବର୍ହିବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅନ୍ତଃବିଭାଗ, ଲାବୋରୋଟୋରୀ, ପୁଷ୍ଟି ପୁନର୍ବାସ କେନ୍ଦ୍ର, ରଞ୍ଜନ ରଶ୍ମି କକ୍ଷ, ବର୍ଜ୍ୟବସ୍ତୁ ପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ନିରାମୟ କେନ୍ଦ୍ର, ଅସ୍ତ୍ରୋପଚାର ଗୃହ, ଶିଶୁବିଭାଗ, ଶଲ୍ୟ ବିଭାଗ, ପାନୀୟ ଜଳ, ମାନବସମ୍ବଳର ସ୍ଥିତି, କର୍ମଚାରୀଙ୍କ ଦକ୍ଷତା, ରୋଗୀସେବା, ଏଆର୍ଟି ସେଣ୍ଟର, ମେ ଆଇ ହେଲ୍ପ ୟୁ ଡେସ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଲି ଦେଖିଥିବା ପରିଲକ୍ଷିତ ହୋଇଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସିଥିବା କାୟାକଳ୍ପ ଟିମ୍ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ରିପୋର୍ଟ ପ୍ରଦାନ କରିବା ପରେ ରିପୋର୍ଟ ଆଧାରରେ କାୟାକଳ୍ପ ପୁରସ୍କାର ମିଳିବ ବୋଲି ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ କାୟାକଳ୍ପ ଟିମ୍ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିବା ପରେ ମେଡିକାଲର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ସରକାରୀ ଡାକ୍ତରଖାନାରେ ଉତ୍ତମ ଗୁଣାତ୍ମକ ତଥା ସଂକ୍ରମଣ ବିହୀନ ସ୍ୱାସ୍ଥ୍ୟସେବା ଓ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ କାୟାକଳ୍ପ କାର୍ଯ୍ୟକ୍ରମ ଗତ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା ବେଳେ ଅତୀତରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ବହୁବାର କାୟାକଳ୍ପ ପୁରସ୍କାର ପାଇଥିବା ନଜିର୍ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ କାୟାକଳ୍ପ ଟିମ୍ର ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ ସମୟରେ ଜିଲ୍ଲା ଆଶା ପରିଚାଳକ ଆଶିଷ୍ କୁମାର ମିଶ୍ର, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରା, ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ଆଦିତ୍ୟ ଦାଶ, ଡାକ୍ତର ସଂଗ୍ରାମ କେଶରୀ ସାହୁ, ଡାକ୍ତର ଗୋପାଳଚନ୍ଦ୍ର ପାତ୍ର, ଡାକ୍ତର ସତ୍ୟପ୍ରଜ୍ଞା ପଟ୍ଟନାୟକ, ଡାକ୍ତର ପ୍ରିୟଦର୍ଶନୀ ବେହେରା, ଡାକ୍ତର ସୌମ୍ୟାଶ୍ରୀ ସାହୁ, ହସ୍ପିଟାଲ୍ ପରିଚାଳକ ବିଶ୍ୱଜିତ୍ ପ୍ରଧାନ, ଆସିକା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରମାକାନ୍ତ ସାହୁ, ସୁନିଲ୍ କୁମାର ଘଡେଇ, ରଂଜନ କୁମାର ସ୍ୱାଇଁ, ଦୀପକ କୁମାର ସାହୁ, ଅମିତ୍ କୁମାର ଦାଶ, ହୃଷିକେଶ ଦାଶ, ଅଜିତ୍ କୁମାର ପ୍ରଧାନ, ନୀଳମାଧବ ତ୍ରିପାଠୀ, ବିଶ୍ୱଜିତ୍ ସାମନ୍ତରାୟ, ନର୍ସିଂ ଅଫିସର ପ୍ରଭାତୀ ବେହେରା, ମିତାଲୀ ମହାନ୍ତି, ରିଙ୍କି ବିଷୋୟୀ, ସସ୍ମିତା ନାୟକ, ଅନୁଛାୟା ମହାନ୍ତି, କବିତା ତ୍ରିପାଠୀ, ବିରେନ୍ ଭୂୟାଁଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


