କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ନିର୍ବାଚନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡ଼ିଶା ସାମ୍ବାଦିକ ସଂଘ (ଓୟୁଜେ) ଅନୁବନ୍ଧିିତ କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ସଭାପତି ପରେଶ ଦାସଙ୍କ ଅଧ୍ୟକ୍ଷତାରେ ଗରାପୁର ସ୍ଥିତ ଦି ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ଆଗାମୀ ଦୁଇ ବର୍ଷ ପାଇଁ କମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ଦାସଙ୍କୁ ମନୋନିତ କରାଯାଇଥିଲା। ସଭାପତି ଶ୍ରୀ ଦାସ ଅନ୍ୟ କର୍ମକର୍ତ୍ତାମାନଙ୍କୁ ମନୋନୀତ କରିଥିବା ବେଳେ ବୈଠକରେ ଏହାକୁ ସମର୍ଥନ କରାଯାଇଥିଲା। ଉପସଭାପତି ଭାବେ ବରିଷ୍ଠ ସଦସ୍ୟ ବେବର୍ତ୍ତା ଅଜୟ କୁମାର ଦାସ ଓ ଅକ୍ଷୟ କୁମାର ସାହୁ, ସହ ସମ୍ପାଦକ ଭାବେ ସାବିର ଖାନ୍, ନିଳାଦ୍ରୀ ଭୂଷଣ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ପ୍ରମୋଦ କୁମାର ପ୍ରଧାନ, କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ କୁମାର ନାୟକ, ଜିଲ୍ଲା ସଂଯୋଜକ ସୋମନାଥ ସାହୁ, ଆଇନ ପରାମର୍ଶଦାତା ଭାବେ ଆଶିଷ ସେନାପତିଙ୍କୁ ମନୋନୀତ କରାଯାଇଥିଲା। ବରିଷ୍ଠ ସଦସ୍ୟ ବସନ୍ତ କୁମାର ହାତୀ, ବାବୁଲି ଜେନା, ଚିତ୍ତରଞ୍ଜନ ଦାସଙ୍କୁ ପରାମର୍ଶଦାତାଭାବେ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଥିଲା। ଏହି ବୈଠକରେ ଜାତୀୟ ପରିଷଦ ସଦସ୍ୟ ସୁଶାନ୍ତ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ୟୋତିର୍ମୟ ଜେନା, ଖୁର୍ସର୍ିଦ ଆଲମ ଖାଁ, ଧୀରେନ୍ଦ୍ର ମିଶ୍ର, ସେକ ସୈଫୁଲ୍ଲା, ସୁବାସ ସାମଲ, ଦୁର୍ଗା ପ୍ରସାଦ ପତି, ଲକ୍ଷ୍ମୀକାନ୍ତ ନାୟକ, ବିଚିତ୍ର କୁମାର ବେହେରା, ଧରଣୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।


