କେନ୍ଦ୍ରାପଡାର ଝିଅ ରୁଶିକା ପାଇଲେ ସ୍ୱର୍ଣ୍ଣ ପଦକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡାର ଝିଅ ରୁଶିକା ମହାନ୍ତି ଏମଡିଏସ ପରୀକ୍ଷାରେ ଶତକଡା ୬୦.୩୩ ପ୍ରତିଶତ ମାର୍କ ରଖି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି। ରୁଶିକା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଗ୍ରାମର ତଥା ପଟ୍ଟାମୁଣ୍ଡାଇ ଉପନିବନ୍ଧକ ଅଶୋକ କୁମାର ମହାନ୍ତିଙ୍କ ଝିଅ। ରୁଶିକା ୨୦୨୫ ଏମଡିଏସ ପରୀକ୍ଷାରେ ଆଇ.ଡି.ଏସ. ସମ ହସପିଟାଲର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସର କଞ୍ଜରଭେଟିଭ୍ ଡେଣ୍ଟିଷ୍ଟ ଏବଂ ଏଣ୍ଡୋଡଣ୍ଟିକ୍ସ ବିଭାଗରୁ ସର୍ବୋଚ୍ଚ ମାର୍କ ରଖି ପାସ କରିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି। ଏ ନେଇ ରୁଶିକାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ