କେନ୍ଦୁଝର ଜିଲ୍ଳା ଏସ.ଏସ.ବି ଅଧ୍ୟାପକ ସଂଘ ପୁନଃର୍ଗଠିତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଳା ଏସଏସବି ଅଧ୍ୟାପକ ସଂଘ ପୁନଃର୍ଗଠିତ ହୋଇଛି।  ଚମ୍ପୁଆ କଲେଜର ଅଧ୍ୟାପକ ଡ. ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି ବୈଠକରେ ରାଜ୍ୟ ନେତ୍ରୁ ମଣ୍ଡଳୀ ଏସଏସବି ଅଧ୍ୟାପକ ସଂଘର ରାଜ୍ୟ ଉପସଭାପତି ମାନସ ରଞ୍ଜନ ସାହୁ ଯୋଗଦେଇ ଥିଲେ। ଏହି ସଭାରେ ଏସଏସବି ଅଧ୍ୟାପକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ବହୁ ଦିନର ଦାବି ଗୁଡିକ ପୂରଣ ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା। ମୁଖ୍ୟତଃ ବେତନ ବୃଦ୍ଧି ସହ ପଦବୀ ଓ ସେବା ନିୟମରେ ସମାନତା, ୟୁଜିସି ହାରରେ ଦରମା ପ୍ରଦାନ, ସରକାରୀ କର୍ମଚାରୀ ମାନ୍ୟତା, ଓଡ଼ିଶା ଶିକ୍ଷା ଅଧିନିୟମର ସଂଶୋଧନ,ଏସଏସବି ଅଧ୍ୟାପକ ମାନଙ୍କୁ ଡେପୁଟି ଡାଇରେକ୍ଟର ଓ ରିଜିଓନାଲ୍ ଡାଇରେକ୍ଟର ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ କରିବାକୁ ସରକାରଙ୍କ ନିକଟରେ ଦାବି କରାଯିବାକୁ ସଭାରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଂଘ ପୁନଃର୍ଗଠନ ପ୍ରକ୍ରିୟାରେ ମୋହର ବାଜିଥିଲା। ନବଗଠିତ ଜିଲ୍ଲା ସଂଘର ସଭାପତି ରୂପେ ଝୁମ୍ପୁରା ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ପ୍ରଦ୍ୟୁମ୍ନ କିଶୋର ବେଉରା, ସାଧାରଣ ସମ୍ପାଦକ ରୁପେ ଆନନ୍ଦପୁର କଲେଜର ଇତିହାସ ବିଭାଗ ଅଧ୍ୟାପକ ରଞ୍ଜନ କୁମାର ନାୟକ, କୋଷାଧ୍ୟକ୍ଷ ରୂପେ ସ୍ବାମ ପାଟଣା କଲେଜର ଦର୍ଶନ ଶାସ୍ତ୍ର ଅଧ୍ୟାପିକା ନଳିନୀ କାର୍ଜି ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଏହା ସହିତ ହାଟଡିହି କଲେଜର ଶିକ୍ଷା ବିଭାଗର ଅଧ୍ୟାପକ ଅଜୟ କୁମାର ଦାଶ ଜୋନ ସ୍ତରୀୟ ସଂଯୋଜକ ଭାବେ ମନୋନୀତ ହୋଇଥିଲେ। ଏହା ବ୍ୟତୀତ ଏକ ଉପଦେଷ୍ଟା କମିଟି ମଧ୍ଯ ଗଠନ କରାଯାଇଥିଲା ଯେଉଁଥିରେ ଦେବବ୍ରତ ଦାସ, ସୁମିତ କୁମାର ମିଶ୍ର, ହଳଧର ବାରିକ, ରତ୍ନାକର ମହାଳିକ ଓ ସୁରିଆ ଜୁଆଙ୍ଗ ସଦସ୍ୟ ରୂପେ ମନୋନୀତ ହୋଇଥିଲେ।  ନବ ନିର୍ବାଚିତ ସଦସ୍ୟ ମାନେ ଆଗାମୀ ଦିନରେ ଏକଜୁଟ ହୋଇ ସଂଘର ସମସ୍ତ କାର୍ଯ୍ୟ କରିବା ସହ ଦାବି ଗୁଡିକ ହାସଲ କରିବା ଦିଗରେ ଜିଲ୍ଲା ସଭ୍ୟ/ସଭ୍ୟା ମାନଙ୍କର ସହଯୋଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ