କେନ୍ଦୁଝର ଆଇଟିଡିଏ ଗାଁ ସାଥି ମେଟ ସଂଘର ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପରିସରରେ ଗାଁ ସାଥି ମେଟ ସଂଘର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଅଜିତ କୁମାର ମହାନ୍ତଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ବୈଠକ କେନ୍ଦୁଝର ଆଇଟିଡିଏ ର ମନରେଗା ସହ ଅଧିକାରୀ ଅନିରୁଦ୍ଧ ସୁନ୍ଦର ରାଉତ ଯୋଗଦେଇ ଆଇଟିଡିଏ ର ସମସ୍ତ ମନରେଗା କାର୍ଯ୍ୟରେ ଗାଁ ସାଥି ମେଟ ମାନଙ୍କୁ ନିୟୋଜନ କରାଯିବ ବୋଲି ପ୍ରତିଶୃତି ଦେବା ସହ ମନରେଗା କାର୍ଯ୍ୟର ସଠିକ୍ ମାନ ନିର୍ଦ୍ଧାରଣ ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିରେ ଆଇଟିଡିଏ ର ମନରେଗା ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସଂଘର ଉପଦେଷ୍ଟା ଅଜିତ କୁମାର ମହାନ୍ତ,ପାଟଣା ବିଧାୟକଙ୍କ ପାଟଣା ବ୍ଲକ ମନରେଗା ପ୍ରତିନିଧି ମୋହନ ଚରଣ ମହାନ୍ତ,ସାହାରପଡା ବ୍ଲକ ପ୍ରତିନିଧି ମନୋସରୋଜ ପଣ୍ଡା,ଝୁମ୍ପୁରା ବ୍ଲକ ପ୍ରତିନିଧି ମାଟୁରାମ ମୁଣ୍ଡା ଯୋଗଦେଇ ଏମ୍ଜିଏନ୍ଆର୍ଜିଏ ଷ୍ଟେଟ୍ ସପୋର୍ଟ ଯୋଜନାରୁ କେନ୍ଦୁଝର ଜିଲ୍ଲାକୁ ବଂଚିତ କରାଯାଇ ରାଜ୍ୟର ଅନ୍ୟ ୯ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହାକୁ ନିନ୍ଦା କରିବା ସହ କେନ୍ଦୁଝର ଜିଲ୍ଲା କିପରି ଏହି ଯୋଜନାରେ ସାମିଲ ହୋଇପାରିବ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । କେନ୍ଦୁଝର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହୋଇଥିଲେ ମଧ୍ୟ ରାଜ୍ୟ ସରକାର କିପରି ମନରେଗା ଷ୍ଟେଟ୍ ସର୍ପୋଟ ରୁ ଜିଲ୍ଲାକୁ ବଂଚିତ କଲେ ବୋଲି ଗାଁ ସାଥି ମେଟମାନେ ପ୍ରଶ୍ନ କରିଥିଲେ । କେନ୍ଦୁଝର ଜିଲ୍ଲାକୁ ମନରେଗା ଷ୍ଟେଟ ସପୋର୍ଟରୁ ବଂଚିତ କରାଯିବା ପ୍ରତିବାଦରେ ଆଗାମୀ ଦିନରେ ଗାଁ ସାଥି ମେଟ ସଂଘ ଏବଂ ଜବକାର୍ଡଧାରୀମାନଙ୍କୁ ନେଇ ଜିଲ୍ଲା ମୁଖ୍ୟାଳୟରେ ଏକ ବିଶାଳ ରାଲି କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କେନ୍ଦୁଝର ଜିଲ୍ଲାକୁ ଏମ୍ଜିଏନ୍ଆର୍ଜିଏ ଷ୍ଟେଟ୍ ସପୋର୍ଟ ପ୍ରଦାନ କରି ଜବକାର୍ଡଧାରୀଙ୍କୁ ୩୦୦ ଦିନର କାର୍ଯ୍ୟ ଯୋଗାଇବା,ମନରେଗା କାର୍ଯ୍ୟରେ ମେଟ୍ ମାନଙ୍କ ଭୂମିକା ଓ ମେଟ୍ ମାନଙ୍କୁ ନିୟୋଜନକୁ ବାଧ୍ୟତାମୂଳକ କରିବା,ମେଟ୍ ମାନଙ୍କୁ ସେମାନଙ୍କୁ ଦୈନିକ ପ୍ରାପ୍ୟ ପ୍ରଦାନ କରିବା,ଇକେୱାଇସି ଓ ଏନ୍ଏମ୍ଏମ୍ଏସ୍ ର ସୁପରିଚାଳନା,ସମସ୍ତ ଲାଇନ୍ ଡିପାର୍ଟମେଂଟ ମନରେଗା କାର୍ଯ୍ୟରେ ମେଟ ମାନଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ମନରେଗା କାର୍ଯ୍ୟର କାର୍ଯ୍ୟାଦେଶ ମେଟ୍ ମାନଙ୍କ ନାମରେ ପ୍ରଦାନ କରିବା ଆଦି ଦାବି ସମ୍ବଳିତ ଦାବିପତ୍ର ପ୍ରକଳ୍ପ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକ ପ୍ରମୁଖ ନେତୃତ୍ୱ ବିରେନ୍ଦ୍ର ନାଏକ,ରମେଶ ଚନ୍ଦ୍ର ମହାନ୍ତ,ରବିନ୍ଦ୍ର ନାଥ ନାଏକ,ତି୍ରଲୋଚନ ମହାନ୍ତ,ସୁରେଶ ଚନ୍ଦ୍ର ନାଏକ,ଚକ୍ରଧର ପାତ୍ର,ମଧୁସୂଦନ ପ୍ରଧାନ,କୃଷ୍ଣଚନ୍ଦ୍ର ପ୍ରଧାନ,ମଙ୍ଗୁଳୁ ପଲେଇ,ଗୁରୁଦେବ ନାଏକ,ମନୋଜ କୁମାର ପଟେଲ,ଜଗବନ୍ଧୁ ସର୍ଦ୍ଦାର,ଆର୍ତ୍ତତ୍ରାଣ ମହାନ୍ତ,ନିଶାକର ନାଏକ,ଦାଶରଥି ନାଏକ,ନିରୁପମା ଟୁଡୁ,ପ୍ରମିଳା ମହାନ୍ତ,ପ୍ରତିମା ମହାନ୍ତଙ୍କ ସମେତ ଶତାଧିକ ଗାଁ ସାଥି ମେଟ ଉପସ୍ଥିତ ଥିଲେ । ଏଥିରେ ସାହାରପଡା,ପାଟଣା,ସଦର,ବାଂଶପାଳ,ତେ


