ଓଡିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ସଫଳତା
ଖଲ୍ଲିକୋଟ(ଓ୍ବାଇଏନଏସ): ଗତ ୨୮ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ପ୍ରତିଯୋଗିତରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି l ଡ. ବିଭୁ ପ୍ରସାଦ ସାହୁ, ସୁଶ୍ରୀ ଭି. ସ୍ନେହା ଓ ସୁଚରିତା ମହାରଣାଙ୍କ ନେତୃତ୍ୱରେ ମୋଟ ୩୭ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବା ପାଇଁ ଯାତ୍ରା କରିଥିଲେ l ଓଡ଼ିଆ କବିତାରେ ଏବଂ ଯନ୍ତ୍ର ସଂଗୀତ ( ବଂଶୀ ) ବାଦନରେ ଓଡ଼ିଆ ବିଭାଗ ଛାତ୍ର ଶ୍ରୀମାନ ସୁମନ ଦାଶ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଆ ବିଭାଗର ଶ୍ରୀମାନ ଦୀପକ ରାଗସ ଫୋଟୋଗ୍ରାଫିରେ ଦ୍ଵିତୀୟ ସ୍ଥାନ ଏବଂ କ୍ଷୁଦ୍ର ଚଳଚିତ୍ର ପ୍ରତିଯୋଗିତାରେ ଇଂରାଜୀ ବିଭାଗ ଛାତ୍ରୀ ସ୍ମୃତି ସ୍ୱରୂପା, ସ୍ନେହା, ଚନ୍ଦନା,ସାଇ ଶ୍ରେୟା ପ୍ରମୁଖ ତୃତୀୟ ସ୍ଥାନ ହାସଲ କରି ମୋଟ ୪ଟି ପୁରସ୍କାର ପ୍ରାପ୍ତ କରିଛନ୍ତି। ଏହି ସଫଳତା ବିଶ୍ଵବିଦ୍ୟାଳୟର ଗୌରବ ବୃଦ୍ଧି କରିଛି। ସେମାନଙ୍କ ବ୍ୟତୀତ ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ଲୋକାନୃତ୍ୟ, ତର୍କ, ନାଟକ ପ୍ରତଯୋଗୀତାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ ପଟ୍ଟନାୟକ , କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରଣୀ ରଥ ପ୍ରମୁଖ ସନ୍ତୋଷ ବ୍ୟକ୍ତ କରିବା ସହ ଉଛ୍ୱସିତ ପ୍ରଶଂସା କରିଛନ୍ତି। ଛାତ୍ରଛାତ୍ରୀ ମାନେ ଫେରିବା ପରେ ବିଶ୍ୱବିଦ୍ୟାଳୟ ପରିସର ରେ ସେମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


