ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ ଦିଗପହଣ୍ଡିରେ ସଂସ୍କୃତି ଭବନ ନିର୍ମାଣ ହେବ : ଜିଲାପାଳ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ଠାରୁ ଦୁଇ ଦିନ ବ୍ୟାପୀ ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି।ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପ୍ରହଲ୍ଲାଦ ନାଟକର ପରିବେଷଣ ଭିତ୍ତିକ କର୍ମଶାଳାକୁ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗର ପ୍ରାକ୍ତନ ଉପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କଙ୍କ ବଳିଷ୍ଠ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ସାହିତ୍ୟକ ତଥା ସଂସ୍କୃତି ଗବେଷକ ଡ଼. ଲମ୍ବୋଦର ପାଣିଗ୍ରାହୀ, ଲୋକ ସଂସ୍କୃତି ଗବେଷକ ମନ୍ମଥ କୁମାର ଶତପଥି, ଐତିହାସିକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ, ଭାରତ ଲୀଳା ଲୋକନାଟ୍ୟ ଗୁରୁ ସନ୍ତୋଷ କୁମାର ପାଢ଼ୀ ଯୋଗଦେଇ ପୌରାଣିକ ପ୍ରହଲ୍ଲାଦ ନାଟକ ବା ରଜା ନାଟକର ଉତ୍ପତ୍ତି, ଇତିବୃତି ଓ ରାଗ ରାଗିଣୀ ର ବିଶ୍ଳେଷଣ କରିଥିଲେ। ଏହି କର୍ମଶାଳାରେ  ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ପ୍ରହଲ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ର ୯୯ ବର୍ଷ ବୟସ ରେ ମଧ୍ୟ ପ୍ରହଲ୍ଲାଦ ନାଟ ପରିବେଷଣ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।ଅପରାହ୍ନରେ ଦିଗପହଣ୍ଡି ସନ୍ଥ ଅରକ୍ଷିତ ଦାସ ବସଷ୍ଟାଣ୍ଡ ଠାରୁ ଲୋକକଳା ଶୋଭାଯାତ୍ରା  ଦାସକାଠିଆ ଲୋକନୃତ୍ୟ ଗୁରୁ ବିପିନ ବିହାରୀ ଦାଶ ଏବଂ କମିଟିର ଉପାଧ୍ୟକ୍ଷ ବିଶ୍ବନାଥ ଚୌଧୁରୀ ପରିଚାଳନା କରିଥିଲେ। ରାତି ପ୍ରାୟ ସାଢେ ୮ ଟାରେ ଆୟୋଜିତ ସାଂସ୍କୃତିକ ସଭା ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ ଯୋଗଦେଇ ଖେମୁଣ୍ଡି ଅଞ୍ଚଳର ସାଂସ୍କୃତିକ ବୈଭବକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାର ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ସେହିପରି ଦିଗପହଣ୍ଡି ସହତରରେ ଖୁବ୍ ଶୀଘ୍ର ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି  ଗବେଷକ ଡ. ଅନନ୍ତରାମ କର କୈାଣ୍ଡନ୍ଯ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ଅନାମିକା ପାଣ୍ଡେ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ବଡଖେମୁଣ୍ଡି ରାଜକୁମାର ସିଦ୍ଧାନ୍ତ ଗଙ୍ଗଦେବ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସଭାରେ ସଭାପତିତ୍ବ କରିଥିବା ବେଳେ ଆଇନଜୀବି କୁରେଶୁ ପଣ୍ଡା ସଂଯୋଜନା କରିଥିଲେ, ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ କମିଟିର କୋଷାଧ୍ୟକ୍ଷ ରଘୁନାଥ ପାଣିଗ୍ରାହୀ , ଆଇନଜୀବି ଅଶେଷ ନାଥ ମିଶ୍ର , ହରପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିବା ବେଳେ କମିଟିର ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ  ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ