ଅପହୃତା ନାବାଳିକା ଚେନ୍ନାଇରୁ ଉଦ୍ଧାର :ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ଥାନା ଅଧିନ ଏକ ଗାଁ ରୁ ଅପହରଣ କରାଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକା ଙ୍କୁ ପୁଲିସ ଚେନ୍ନାଇ ରୁ ଉଦ୍ଧାର କରିଛନ୍ତି।ଗତ ମେ ୧୮ ତାରିଖ ରାତି ରେ ନାବାଳିକା କୁ ଗ୍ରାମର ଜଣେ ଯୁବକ ସନିଆ ନାୟକ  ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ନାବାଳିକା ଙ୍କ ବାପା ଏନେଇ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୯୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଅଭିଯୁକ୍ତ ଜଣକ ନାବାଳିକା କୁ ଚେନ୍ନାଇ ନେଇଯାଇଥିବା ଜଣାପଡିଥିଲା। ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଚେନ୍ନାଇ ରେ ପହଞ୍ଚି ତାଙ୍କ ମୋବାଇଲ ଟ୍ରାକିଂ କରି ସେଠାକାର ପୁଲିସ ସହାୟତାରେ ନାବାଳିକା କୁ ଉଦ୍ଧାର କରିବାସହ ଅଭିଯୁକ୍ତ ସନିଆ କୁ କାବୁ କରିବାରେ ସଫଳ ହୋଇଥିଲେ।ପୀଡ଼ିତା ଓ ଅଭିଯୁକ୍ତ କୁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯିବାପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଥିଲା।ଗିରଫ ଅଭିଯୁକ୍ତ କୁ ମଙ୍ଗଳବାର ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରାଯାଇଥିଲା।ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ