କ୍ଷେତ୍ରମୋହନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’
ହାଟଡ଼ିହି, (ଓ୍ବାଇଏନଏସ) : ହାଟଡ଼ିହି ବ୍ଳକ ଶାସଙ୍ଗ ପଞ୍ଚାୟତ ବଡ଼ତିରା ଗ୍ରାମର ଆଦର୍ଶ ଶିକ୍ଷକ କ୍ଷେତ୍ର ମୋହନ ନାୟକଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ମିଳିଛି। ପିଏମଶ୍ରୀ ଡି.ଏନ୍ ହାଇସ୍କୁଲ ଠାରେ ଆୟାଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ, ଅଖିଳ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ପ୍ରମୁଖ ଯୋଗଦେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରି ଛନ୍ତି। ଶିକ୍ଷକ ଶ୍ରୀ ନାୟକ ଝୁମ୍ପୁରା ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ତାଙ୍କର ଏପରି ସଫଳତାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର, ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମାହାନ୍ତ, ଶିକ୍ଷକ ମୋହନ ମାଝି, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
             
						 
						 
						 
						 
						 
						
