କୃତି ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ସ୍ଵାଧୀନତା ଦିବସ ଅବସରରେ କୃତ୍ତି ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଓ ରେଶନ୍ କାର୍ଡ ବଣ୍ଟନ କରଯାଇଛି। ସରପଞ୍ଚ ପ୍ରସାନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକତା ଓ ଏକାଗ୍ରତା ରହିଲେ ପଞ୍ଚାୟତର ବିକାଶ ସମ୍ଭବ ବୋଲି କହିଥିଲେ। ଏହି ଅବସରରେ ମାତ୍ର ୩ମିନିଟ ୨୦ସେକେଣ୍ଡ ମଧ୍ୟରେ ୫୪୩ ଲୋକସଭା ଆସନର ନାମ କହି ବିରଳ ରେକର୍ଡ କରିଥିବା ବିକ୍ରମ ଦେବ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରଯାଇଥିବା ବେଳେ କୃତି ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଡି.ଏମ.ଏଫ୍ ଯନ୍ତ୍ରୀ ଶାଶ୍ଵତ ରଞ୍ଜନ ଦାସଙ୍କ ସମେତ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ନୂତନ ହିତାଧୀକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ 6ୱାର୍ଡ ସଭ୍ୟ ସଭ୍ୟା, ଅନେକ ବୁଦ୍ଧିଜୀବି, ଶିକ୍ଷାବିତ, ମିଶନ ଶକ୍ତିର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ