ନଭେମ୍ବର ୪ରୁ ଖୋଲିବ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ
ବାଲେଶ୍ୱର (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୪ ତାରିଖରୁ ଦିବାକାଳୀନ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବ। ଏ ନେଇ ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ପକ୍ଷରୁ ଅକ୍ଟୋବର ୨୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକୃତିର ମନୋରମ ପରିବେଶ ଓ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ଆଗ୍ରହୀ ପର୍ଯ୍ୟଟକମାନେ ନିର୍ଦ୍ଧାରିତ ତାରିଖଠାରୁ ଅଭୟାରଣ୍ୟ ପରିଦର୍ଶନ କରିପାରିବେ। ତେବେ ବର୍ତ୍ତମାନ ପାଇଁ ଅଭୟାରଣ୍ୟରେ ରାତ୍ରିଯାପନ ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଣୁ ପର୍ଯ୍ୟଟକମାନେ ଅଭୟାରଣ୍ୟ ପରିଦର୍ଶନ ସମୟରେ ଉକ୍ତ ନିର୍ଦ୍ଦେଶାବଳୀକୁ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି।


