ରାମଚରିତ ମାନସ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଯୋଗଦାନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବଜାର ସାହି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ମଙ୍ଗଳବାର ପଞ୍ଚମ ଦିବସରେ ପହଞ୍ଚିଛି।ସନ୍ଧ୍ୟାରେ ଯାଜପୁର ରଘୁନାଥ ମଠର ମହନ୍ତ ପଣ୍ଡିତ ବିଜୟ ରାଘବେନ୍ଦ୍ର ମହାରାଜ ପ୍ରବକ୍ତା ଭାବେ ଯୋଗ ଦେଇ ଶ୍ରୀ ରାମଚରିତ ମାନସ ହିଁ ପଥଭ୍ରଷ୍ଟ ମାନବ ଜାତିର ଏକମାତ୍ର ମାର୍ଗଦର୍ଶକ ବୋଲି କହିଥିଲେ। ରାଜା ଭରତଙ୍କ ଚିତ୍ରକୂଟ ଗମନ ପ୍ରସଙ୍ଗ ଉପରେ ଅମୃତ ତୁଲ୍ୟ ବିଚାର ରଖି ଭାଇ ଭାଇଙ୍କ ମଧ୍ୟରେ ଥିବା ଭକ୍ତିଭାବ ଓ ତ୍ଯାଗର ମହନୀୟତା ଅନ୍ୟ କୌଣସି ଗ୍ରନ୍ଥରେ ଦେଖାଯିବା ବିରଳ ବୋଲି ପ୍ରକାଶ କରିଥିଲେ। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ  ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ହରିକୃଷ୍ଣ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୁରୀ ଶ୍ରୀ ରାମଦୟା ପରିଷଦର ମହାମଣ୍ଡଳେଶ୍ବର ମହନ୍ତ ଶ୍ରୀ ଗଙ୍ଗାରାମ ଦାସଜୀ ମହାରାଜ ବିଷୟ ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଆଇନଜୀବି ହରପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ମାନସ ପାରାୟଣ ପରିଚାଳନା କମିଟି କର୍ମକର୍ତ୍ତା  ସତ୍ଯନାରାୟଣ ଦାଶ, ହରିକୃଷ୍ଣ ସାହୁ, ଲକ୍ଷ୍ମୀ ନାରାୟଣ ଦାଶ, କାଳୁଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଢ଼ୀ, ଭାଗିରଥି ଚୌଧୁରୀ, ପି. ଗୋବିନ୍ଦ ପାତ୍ର, ବିନୋଦ ଚନ୍ଦ୍ର ଦାଶ, ସୁରେନ୍ଦ୍ର ପଟ୍ଟନାୟକ, ରାମୁ ଆଚାରୀ, ଗୌରଚନ୍ଦ୍ର ପୂଜାରୀ, ଏମ୍. ବାଇନାଥ ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ