ବହୁ ଚର୍ଚ୍ଚିତ ବହଳଦା ଷ୍ଟେଟବ୍ୟାଙ୍କ ଲୁଟ ମାମଲା: ୨ ଗିରଫ ନଗଦ ୧୫ଲକ୍ଷ ଟଙ୍କା ଜବତ

ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର):ବହୁ ଚର୍ଚ୍ଚିତ ବହଳଦା ଷ୍ଟେଟ ବ୍ୟାଙ୍କ ଲୁଟ ମାମଲାରେ ମୟୁରଭଞ୍ଜ ପୋଲିସ ବିହାର ପଟନା ଅଞ୍ଚଳରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୀବ ରଞ୍ଜନ ଓରଫ ପପୁ (52) ଏବଂ ତାର ସହଯୋଗୀ ସନ୍ତୋଷ ଓରଫ ପ୍ରମୋଦ ବିନ୍ଦ(33) ମୋଟ 2ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ପପୁ ଠାରୁ ନଗଦ 14 ଲକ୍ଷ ଏବଂ ସନ୍ତୋଷ ଠାରୁ ନଗଦ 1ଲକ୍ଷ 19ହଜାର 600 ମୋଟ 15ଲକ୍ଷ 19ହଜାର 600 ଟଙ୍କା ଜବଦ କରିଥିବାର ଜଣାଯାଇଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି।ଏହି ଦୁଇ ଅଭିଯୁକ୍ତ ପୂର୍ବରୁ 2023 ମିସିହାରେ ବାରିପଦା ମଣପୂରମ ଅଫିସ ରୁ ମଧ୍ୟ ଡ଼କାୟତି ଉଦ୍ୟମ କରିଥିଲେ. ସୂଚନା ମୁତାବକ ଗତ ତା 20.02.2025 ରିଖରେ ପାଞ୍ଚଜଣ ଅଜ୍ଞାତ ଅପରାଧି ହାତରେ ଅସ୍ତ୍ରସସ୍ତ୍ର ଧରି ମୁହଁକୁ ହେଲମେଟ ଏବଂ ମାସ୍କ ଆଚ୍ଛାଦନ କରି ବହଳଦା ଷ୍ଟେଟ ବ୍ୟାଙ୍କରେ ପଶି ଶାଖା ପରିଚାଳକ ଏବଂ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଗ୍ରାହକ ମାନଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ବନ୍ଧୁକ ମୁନରେ 20 ଲକ୍ଷଟଙ୍କା ଲୁଟି ନେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ବ୍ୟାଙ୍କ ସିସିଟିଭିର ହାର୍ଡଡିକ୍ସ ମଧ୍ୟ ନେଇଯାଇଥିଲେ। ବ୍ୟାଙ୍କର ମୁଖ୍ୟ ଗ୍ରିଲ ଫାଟକ ଲକ କରି ବାଇକରେ ଫେରାର ହୋଇଯାଇଥିଲେ। ଏହି ଡ଼କାୟତି ମାମଲା ମୟୁରଭଞ୍ଜ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ, ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ମାର୍ଗଦର୍ଶନରେ ତିନୋଟି ଦଳ ଗଠନ କରାଯାଇ ଘଟଣାର ଯାଞ୍ଚ କରାଯାଉଥିଲା. ତେବେ ଅପରାଧୀମାନେ ଫେରାର ହେବା ସମୟରେ ବଡନାରାୟଣି ଗ୍ରାମ ନିକଟରେ ସଡ଼କ ହମ୍ପସ ରେ ସେମାନେ ବାଇକରୁ ପଡ଼ିଥିବା ବେଳେ ଲୋକେ ତାଙ୍କୁ ଦେଖିଥିଲେ ସେହିପରି ବାରିପଦା ମଣପୁରମ ଡ଼କାୟଟି ସମୟର ସିସିଟିଭି ଫୁଟେଜ, ସେଣ୍ଟ୍ରାଲ ଜେଲ, ଘାଗିଡିହି ଝାଡ଼ଖଣ୍ଡର ଜେଲ ରେକର୍ଡ ଯାଞ୍ଚ କରି ଅପରାଧୀଙ୍କ ବାବଦରେ ସୁରାକ ପାଇଥିଲେ. ସେମାନଙ୍କ ଘର ବିହାରର ପଟନା ଅଞ୍ଚଳରେ ହୋଇଥିବାରୁ ମୟୁରଭଞ୍ଜ ଏସପି ଶ୍ରୀ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଅତିରିକ୍ତ ଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ତ୍ତ୍ଵବଧାନରେ ବହଳଦା ଥାନା ଏସ ଆଇ ଭାସ୍କର ପ୍ରଧାନ, ବାରିପଦା ଟାଉନ ଥାନା ଏସଆଇ ରାକେଶ କୁମାର ସୁତାର, କନେଷ୍ଟବଳ ଭକ୍ତବତ୍ସଳ ବେହେରା, ହୋମଗାର୍ଡ ଧର୍ମେନ୍ଦ୍ର ପାତ୍ର ଏବଂ ରାମ କାଲୁଣ୍ଡିଆ ପ୍ରମୁଖ ବିହାର ଯାଇ ବିହାର ପୋଲିସ ସହାୟତାରେ ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ଅର୍ଥ ଜବଦ କରିବାରେ ସକ୍ଷମ ହୋଇଥିଲେ। ଏବାବଦରେ ଆଜି ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ