ନିଶା ନିବାରଣ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଅବକାରୀ ବିଭାଗ ତରଫରୁ ନିଶା ନିବାରଣ ପାଇଁ ସଂକଳ୍ପ ସଚେତନତା ଅଭିଯାନ ରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚେତନତା ରଥକୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ବିଜୟ କୁମାର ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମା କରି ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଲୋକଙ୍କୁ ସଚେତନତା କରାଇବା ସହ ବିଶେଷ କରି ବିଷାକ୍ତ ଓ ଚୋରାମଦ କାରବାରକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଲାଗି ଏହି ଅଭିଯାନ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି। ଏହି ସଚେତନ ଅଭିଯାନ ମେ’ ମାସ ୩୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ | ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀଗଣ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ