ବଜ୍ରପାତ ସୁରକ୍ଷା ରଥର ଶୁଭାରମ୍ଭ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ବଜ୍ରପାତ ସୁରକ୍ଷା ରଥକୁ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ୪ଟି ପଞ୍ଚାୟତ ଯଥା ରାଇକଳା, ଶଗଡ଼ ପଟା, ତୋରାଣିପୋଖରୀ ଏବଂ ଦଁରା ଅଞ୍ଚଳ ଯାଇ ଲୋକଙ୍କୁ ବଜ୍ରପାତଠାରୁ ସୁରକ୍ଷିତ ରହିବାପାଇଁ ବ୍ୟାପକ ଜ୍ଞାନ ବିତରଣ କରିବ।ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଡେପୁଟି କଲେକ୍ଟର ଆପତ୍ତକାଳୀନ ଶ୍ରୀ ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାଏ, ସହକାରୀ ଜିଲ୍ଲାପାଳ ସନ୍ତୋଷ ଜେନା, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଇଜାଜ ଇକବାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ