ଚାଷୀ ସଚେତନତା ରଥ ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଚଳିତ ୨୦୨୫-୨୬ ଖରିଫ ବର୍ଷ ରେ ଚାଷୀଙ୍କ ଉତ୍ପାଦିତ ଧାନ ଓ ମାଣ୍ଡିଆ ସଂଗ୍ରହ ନିମନ୍ତେ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ କପା ମଣ୍ଡି ପରିସର ରେ ଚାଷୀ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଅବିନାଶ କୁମାର ଅତିଥି ଭାବେ ଉପସ୍ଥିତ ରହିବା ସହ ସବୁଜ ପତାକା ଦେଖାଇ ରଥ ପରିକ୍ରମା ର ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଦୁଇଟି ସଚେତନତା ରଥ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକ ପରିଭ୍ରମଣ କରିଥିଲା । ଏପରିକି ଚାଷୀମାନେ ସେମାନଙ୍କ ଉତ୍ପାଦିତ ଅମଳ ଧାନ ଓ ମାଣ୍ଡିଆ କୁ ମଣ୍ଡି ଖୋଲିବା ପରେ ବିକ୍ରି କରିବା ନିମନ୍ତେ ସଚେତନତା କରାଯାଇଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସଂପାଦକ ଶିବାନନ୍ଦ ବେହେରା , ପୂର୍ବତନ ସଂପାଦକ ଅରୁଣ କୁମାର ମିଶ୍ର ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନରେ ସଚେତନତା ରଥ ଦିଗପହଣ୍ଡି,ସାନଖେମୁଣ୍ଡି,ରଙ୍ଗେଇଲୁ ଣ୍ଡା,ଚିକିଟି,ପାତ୍ରପୁର ଓ କୁକୁଡ଼ାଖଣ୍ଡିି ବ୍ଳକର ସମସ୍ତ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଗ୍ରାମାଞ୍ଚଳ ଚାଷୀଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି।


