ଆଇନ ଜିଲା ପରାମର୍ଶଦାତା କମିଟି ବୈଠକ
ଛତ୍ରପୁର (ଓ୍ବାଇଏନଏସ) : ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ଆଇନ ଜିଲା ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତି ଭାସନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲାରେ ଲିଙ୍ଗ ଅନୁପାତରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଲିଙ୍ଗ ନିରୂପଣ ଏକ ବେଆଇନ କାର୍ଯ୍ୟ ଏହାକୁ ରୋକିବା ଉପରେ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ । ଜିଲାରେ ଯେପରି କୈାଣସି ସ୍ଥାନରେ ଲିଙ୍ଗ ନିର୍ଣ୍ଣୟ ହେବନାହିଁ, ତାହା ଉପରେ ତିକ୍ଷଣ ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛିଏବଂ ଯେଉଁ କ୍ଲିନକ ଉପରେ କିଛି ସନ୍ଦେହ ଆସିବ ସେଠାରେ ଚଢାଉ କରିବାକୁ କୁହାଯାଇଛି । କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ ଅଟେ । କନ୍ୟା ଭୃଣ ରୋକିବା ପାଇଁ ଚଢଉ କାର୍ଯ୍ୟ ବ୍ୟାପକ ଭାବେ କରିବାକୁ କୁହାଯାଇଛି । ନିରକ୍ଷଣ ଯୋଜନାରେ ମାଗଣାରେ ୩ଥର ଗର୍ଭବତୀ ମହିଳାଙ୍କୁ ଅଲଟ୍ରାସାଉଣ୍ଡ କରାଯାଉଥିବା କୁହାଯାଇଛି । କନ୍ୟା ସନ୍ତାନର ଗୁରୁତ୍ୱ ସମ୍ପର୍କରେ ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ସୁଶାନ୍ତ ନାୟକ, କମିଟି ସଦଶ୍ୟ ଦିଲ୍ଲିପ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।