ଲଷ୍ମୀ ବସ ଚଳକଙ୍କୁ ଦୁର୍ବ୍ୟବହାର: ଅଧ ଘଣ୍ଟାଏ ରାସ୍ତାରେ ଅଟକିଲା ବସ

ହାଟଡିହି (ଓ୍ବାଇଏନଏସ): ରାସ୍ତାରେ ସାଇଟ ଦେବାକୁ କେନ୍ଦ୍ର କରି ଲଷ୍ମୀବସ କୁ ଅଟକାଇ ଏହାର ଚାଳକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ଅଧ ଘଣ୍ଟାଏ କାଳ ରାସ୍ତାରେ ଅଟକିଲା ଲଷ୍ମୀ ବସ। ଘଟଣାଟି ଘଟିଛି ଓରାଳି ଶାଳଣିଆଁ ରାସ୍ତାର କଇଥ ଗଡ଼ିଆ ଛକରେ। ବସ ଚାଳକଙ୍କ ଅଭିଯୋଗ ଅନୁଯାଇ  ବସଟି ହାଟଡିହିରୁ ଆଇତିପୁର ଯାଉଥିବା ବେଳେ ଓରାଳି ଶାଳଣିଆଁ ରାସ୍ତା କାମ ଚାଲୁଥିବାରୁ ଅନେକ ସ୍ଥାନରେ ଏକ ପାଖିଆ ରାସ୍ତାରେ ଯାତାୟାତ ହେଉଛି। ଯାହାଦ୍ୱାରା ପିଛାରୁ ଆସୁଥିବା ଜଳସରପୁର ଗ୍ରାମର ଜଣେ ବାଇକ ଆରୋହୀଙ୍କୁ ସାଇଟ ଦେଇ ପାରିନଥିଲେ ଚାଳକ। ଏହାକୁ ନେଇ ବାଇକ ଆରୋହୀ ଜଣକ ସମୁଖକୁ ଆସି ବସକୁ ଅଟକାଇ ଚାଳକକୁ ଗାଳି ଗୁଲଜ କରିଥିଲେ। ଅଧ ଘଣ୍ଟାଏ କାଳ ପାଟିତୁଣ୍ଡ ଝଗଡା କରିବା ପରେ ବସ ଯାତ୍ରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏପରିକି ବସ ରେ ଯାଉଥିବା କିଛି ଛାତ୍ରଛାତ୍ରୀ ଏହାର ଭିଡିଓ କରିବାରୁ ବାଇକ ଆରୋହୀ ଜଣକ ସେମାନଙ୍କୁ ପାଟିତୁଣ୍ଡ କରି ଏହାକୁ ଡିଲିଟ କରାଇବାକୁ ବାଧ୍ୟ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ