ନିଳୋକ, ଆଡିଆ ପଞ୍ଚାୟତରେ ୨ ଆର.ଡି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକର ନିଳୋକ ଓ ଆଡିଆ ପଞ୍ଚାୟତରେ ୨ ଆର.ଡି ରାସ୍ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ନିଳୋକ ପଞ୍ଚାୟତରେ ୪ କୋଟି ୨୩ ଲକ୍ଷ ୫୬ ହଜାର ଟଙ୍କା ଅଟକଳ ମୂଲ୍ୟରେ ୪.୯ କିମି ଦୈର୍ଘ୍ୟ ବିଶିଷ୍ଟ ସାହାଡାପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଓଳମ ରେବ ନଦୀ ଭାୟା ତାଳବାଙ୍କ ମୁଣ୍ଡାସାହି ଏବଂ ଆଡିଆ ପଞ୍ଚାୟତରେ ୩ କୋଟି ୩୬ ଲକ୍ଷ ୫୧ ହଜାର ଟଙ୍କା ଅଟକଳ ମୂଲ୍ୟରେ ୩ କିମି ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ରାସ୍ତା ଆଡିଆ ଠାରୁ ଗ୍ରାମ୍ୟ ରାସ୍ତା ଗୋହିରା ଛକ ଭାୟା ଜିରିଣା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଦୁଇ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ସୁଧାଂଶୁ ଶେଖର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗଣେଶ ହେମ୍ବ୍ରମ, ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁପର୍ଣ୍ଣା ସୋରେନ, ସହକାରୀ ଯନ୍ତ୍ରୀ ସୁରଥ କୁମାର ବେହେରା ଉପସ୍ଥିତ ଥିଲେ । ନିଳୋକ ପଞ୍ଚାୟତ କାର୍ଯ୍ୟକ୍ରମରେ ସରପଞ୍ଚ ରଜନୀ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ପୁରୁଷଣ୍ଢ ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ ଦାଶ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ନେତା ଶଙ୍କର୍ଷଣ ଜେନା, ବିଜେଡି ଯୁବନେତା ସ୍ମୃତି ରଞ୍ଜନ ସ୍ୱାଇଁ, ସୁବାସ ଦାସ, ଆଲୋକ କୁମାର ରାଉତ, ପଞ୍ଚାୟତ ବିଜେପି ଯୁବନେତା ହରେକୃଷ୍ଣ ସେନାପତି, ଜୟନ୍ତ କୁମାର ପଣ୍ଡା, ଗୌରାଙ୍ଗ ନନ୍ଦଙ୍କ ସମେତ ଦୁଇ ଦଳର ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ । ସେହିପରି ଆଡିଆ ପଞ୍ଚାୟତ କାର୍ଯ୍ୟକ୍ରମରେ ସରପଞ୍ଚ ମୀନା କୁମାରୀ ଜେନା, ବନ୍ତ ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ନାୟକ, ମହତାବ ବିଜେପି ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ବିଜେପି ମହିଳା ନେତ୍ରୀ ପଙ୍କଜିନୀ ଲେଙ୍କା, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, ପୂର୍ବତନ ସରପଞ୍ଚ ବିଜୟ କୁମାର ଜେନା, ବସନ୍ତ କୁମାର ବିଶ୍ୱାଳଙ୍କ ସମେତ ଦୁଇ ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କୁ ଦଳୀୟ କର୍ମୀମାନେ ଏକ ବିରାଟ ଶୋଭା ଯାତ୍ରାରେ ପାଛୋଟି ନେଇଥିଲେ । ପ୍ରକାଶ ଥାଉକି, ନିଳୋକ ପଞ୍ଚାୟତରେ ଏହି ରାସ୍ତାକୁ ଆର.ଡି ବିଭାଗକୁ ହସ୍ତାନ୍ତର କରିବା ନେଇ ଦୀର୍ଘ ବର୍ଷ ହେବ ଦାବୀ ହୋଇଆସୁଥିଲା । ଏବେ ଏହି ରାସ୍ତା ଆର.ଡି ବିଭାଗକୁ ହସ୍ତାନ୍ତର ହେବା ପରେ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ରାସ୍ତା ନିର୍ମାଣ ଫଳରେ ନିଳୋକ ସମେତ ପଧାନପଡା ଏବଂ ପାଶ୍ୱର୍ବର୍ତ୍ତୀ ପଞ୍ଚାୟତବାସୀ ଉପକୃତ ହୋଇ ପାରିବେ । ସେହିପରି ଆଡିଆ ପଞ୍ଚାୟତରେ ଏହି ରାସ୍ତା ନିର୍ମାଣ ହେଲେ ଆଡିଆ ସମେତ ଓଡଙ୍ଗ, କାଦବରାଙ୍ଗ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଜଣାଯାଇଛି ।


