ଆଇନ ସଚେତନତା ଶିବିର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲାଆଇନସେବା ପ୍ରାଧିକରଣ କେନ୍ଦୁଝର ପକ୍ଷରୁ ନୁଆଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିସ୍ତାପାଳ ଗ୍ରାମ ମଣ୍ଡପଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବିରକୁ ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝରର ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ପରିଚାଳନା କରିଥିଲେ । ଏହି ଶିବିରରେ କେନ୍ଦୁଝର ସ୍ଥାୟୀ ଲୋକ ଅଦାଲତ(ଲୋକ ଉପଯୋଗୀ ସେବା)  ର ଅଧ୍ୟକ୍ଷ ଇ. ବିଘ୍ନେଶ୍ୱର ରାଓ,ବରିଷ୍ଠ ଦେୱାନୀ ବିଚାରପତିତଥାମହିଳାକୋର୍ଟବିଚାରପତିନେହାଦାସ,ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅମ୍ବିକେଶ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଆଇନ ସଚେତନତା ଶିବିରରେ ସମ୍ମାନୀୟ ବିଚାରପତି ଗଣ ସ୍ଥାୟୀ ଲୋକ ଅଦାଲତ (ଲୋକ ଉପଯୋଗୀ ସେବା) କାର୍ଯ୍ୟକାରିତା ତଥା ସେଠାରେ ବିଚାରଯୋଗ୍ୟ ମାମଲା ଗୁଡିକ ସମ୍ବନ୍ଧରେ ବିସ୍ତୁତ ଆଲୋକପାତ କରିଥିଲେ । ଏତଦ୍ବ୍ୟତୀତ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିବା ସହ ପୀଡିତା କ୍ଷତିପୂରଣ ଓ ଅନ୍ୟାନ୍ୟ ଉପାଦେୟ ଆଇନ ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝରଙ୍କ ପ୍ୟାନେଲ ଅଧିବକ୍ତା ସୁନିଲ କୁମାର ମହାନ୍ତ,ରମଣୀ ରଞ୍ଜନ ସେଠୀ ଓ ଜିଲ୍ଲା ଓକିଲ ସଂଘର ଆଇନଜୀବି ଦୈତାରୀ ଆପଟ୍ଟ ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ବିଭିନ୍ନ ଉପାଦେୟ ଆଇନ ସମ୍ବନ୍ଧରେ ସଚେତନ କରାଇଥିଲେ । ନୁଆଗାଁ ଗ୍ରାମ ପଂଚାୟତର ସରପଂଚ ଓ ପଂଚାୟତ ସମିତି ସଦସ୍ୟ ଉପସ୍ଥିତ ରହି ଆଇନ ସଚେତନତା ଶିବିରର ଆୟୋଜନ ପାଇଁ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝରର କର୍ମକର୍ତ୍ତା ସତ୍ୟରଞ୍ଜନ ଦାଶ,ଦେବବ୍ରତ କୁମାର ଦାସ ଓ ମାନସ ରଞ୍ଜନ ନାଏକ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ