ପୋକ୍ସ, ଏସିଡ୍ ଆକ୍ରମଣ ଓ ପୀଡିତା କ୍ଷତିପୂରଣ ସମ୍ବନ୍ଧୀୟ ଆଇନ ସଚେତନତା

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ମଣ୍ଡୁଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶିଶୁ ଯୌନ ସୁରକ୍ଷା ଆଇନ(ପୋକ୍ସ) ଏସିଡ୍ ଆକ୍ରମଣ ପୀଡିତାଙ୍କୁ ସହାୟତା ଓ ପୀଡିତା କ୍ଷତିପୂରଣ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗଦେଇ ପ୍ରାଧିକରଣ ମାଧ୍ୟମରେ ପୋକ୍ସ,ଏସିଡ୍ ଆକ୍ରମଣ ପୀଡିତାଙ୍କୁ ଆଇନ ସହାୟତା ଦୋଷୀକୁ ଦଣ୍ଡବିଧାନ ଓ ପୀଡିତା କ୍ଷତିିପୂରଣ ଉପରେ ବର୍ଣ୍ଣନା କରି ପ୍ରାଧିକରଣ କାର୍ଯ୍ୟାବଳୀ ଗୁଡିକୁ ଜଣାଇଥିଲେ । ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ,ମାଗଣା ଆଇନସେବା ପ୍ରାଧିକରଣ ପ୍ରଦାନ ବିଷୟ ଜଣାଇ ସଭା ପରିଚାଳନା କରିଥିଲେ । ଆରକ୍ଷୀ ପରିଦର୍ଶକ ଅବିନାଶ ପରିଡା ଦୋଷୀଙ୍କୁ ଦଣ୍ଡବିଧାନ ଉପରେ କହିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଡ଼ ବସନ୍ତ କୁମାର ପାତ୍ର ପୀଡିତାର ଚିକିସôା ବିଷୟରେ ସୂଚନା ପ୍ରଦାନ କରିଥିଲେ । ପାନେଲ ଆଇନଜୀବି ସୁନୀଲ କୁମାର ମହାନ୍ତ ପୋକ୍ସ ଆଇନ,ରମଣୀ ରଞ୍ଜନ ସେଠୀ ପୀଡିତା କ୍ଷତିପୂରଣ,ଅର୍ଚ୍ଚଦା ଦାଶ ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ଝିଅର ସୁରକ୍ଷା ଓ ଆଇନ ସହାୟତା ବିଷୟରେ ବର୍ଣ୍ଣନା କରିଥିବାବେଳେ ବ୍ଲକ କମ୍ପୁ୍ୟଟର ଅଧିକାରିଣୀ ମିତାଲି ମୋନାଲିସା ମହାପାତ୍ର ବ୍ଲକ ଦ୍ୱାରା କାର୍ଯ୍ୟକାରୀ ଯୋଜନା ବିଷୟରେ କହିଥିଲେ । ପରିଶେଷରେ ଗ୍ରାମ ପଂଚାୟତର ସରପଂଚ କେତକୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ବିଶ୍ୱରଞ୍ଜନ ସାହୁ,ଦୁର୍ଗାପ୍ରସାଦ ମହାନ୍ତି,ପିଏଲ୍ଭି ବସନ୍ତ କୁମାର ବାରିକ,ମମତା ମହାନ୍ତ,ଲୋକନାଥ ବାରିକ,ବିମଳା ମହାନ୍ତ,ପ୍ରାଧିକରଣ କର୍ମୀ ଦେବବ୍ରତ କୁମାର ଦାସ,ଶିଶିର ସାହୁ ଓ ଗ୍ରାମ ପଂଚାୟତର କର୍ମଚାରୀମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡମେମ୍ବର,ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା,ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ