ଏଲ୍‍ଆଇସି ପକ୍ଷରୁ ଆସିକାରେ ୬୯ତମ ବୀମା ସପ୍ତାହ ଉଦ୍‌ଘାଟିତ

ଆସିକା (ୱାଇଏନ୍‍ଏସ୍‍):  ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖା ପକ୍ଷରୁ ୬୯ତମ ବୀମା ସପ୍ତାହ ସୋମବାର ଠାରୁ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖାର ପରିଚାଳକ ସଂଜୀବ କୁମାର ରଥ ଏହି ବୀମା ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଜୀବନ ବୀମା ନିଗମର ପତକାକୁ ଉତ୍ତୋଳନ କରି ବୀମା କର୍ମଚାରୀ ତଥା ଅଭିକର୍ତ୍ତା ମାନଙ୍କୁ ଶପଥ ପାଠ କରାଇବା ସାଙ୍ଗକୁ ଭାରତୀୟ ଜୀବନ ବୀମା ନିଗମର ସଫଳତାକୁ ପ୍ରଶଂସା କରିବା ସହିତ ପଲିସିଧାରୀଙ୍କ ସେବାରେ ଅଧିକ ବ୍ରତୀ ହେବାକୁ କର୍ମଚାରୀ ଓ ଅଭିକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାଖା ପରିଚାଳକ ସଂଜୀବ କୁମାର ରଥ ପ୍ରକାଶ କରି କହିଲେ ଯେ ଭାରତୀୟ ଜୀବନ ବୀମା ନିଗମ ସାରା ଭାରତ ବର୍ଷରେ ଗୋଟିଏ କେନ୍ଦ୍ରୀୟ କାର୍ଯ୍ୟାଳୟ ୮ଟି ପ୍ରାଦେଶିକ କାର୍ଯ୍ୟାଳୟ, ୧୧୧ଟି ମଣ୍ଡଳ କାର୍ଯ୍ୟାଳୟ, ୨୦୪୮ଟି ଶାଖା କାର୍ଯ୍ୟାଳୟ, ୨୭୦୦ଟି ସ୍ୟାଟେଲାଇଟ୍ ଶାଖା ମାଧ୍ୟମରେ ଦୀର୍ଘ ୬୯ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ହଜାର ହଜାର ବୀମା ଉପଭୋକ୍ତାଙ୍କୁ ସେବା ଯୋଗାଇ ପ୍ରଗତି ପଥରେ ଆଗେଇ ଚାଲିଛି । ସାରା ଭାରତ ବର୍ଷରେ ଜୀବନ ବୀମା ନିଗମରେ ସମୁଦାୟ ଗତ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ୧କୋଟି ୭୮ ଲକ୍ଷ ୧୫ ହଜାରଟି ନୂଆ ପଲିସି ମାଧ୍ୟମରେ ୨ ଲକ୍ଷ ୨୬ ହଜାର ୬୬୯.୯୧ କୋଟି ଟଙ୍କାର ନୂତନ ବ୍ୟବସାୟ କରିପାରିଛି । ଯାହାକି ସମୁଦାୟ ବୀମାବଜାରର ପଲିସି ବିକ୍ରୟର ଶତକଡା ୬୫.୮୩ପ୍ରତିଶତ ଓ ପ୍ରିମିୟମ ଆୟର ଶତକଡା ୫୭.୦୫ର ସିଂହଭାଗ ଏଲ୍‌ଆଇସି କରିପାରିଛି । ଭାରତୀୟ ଜୀବନ ବୀମା ନିଗମର କାର୍ଯ୍ୟକାରୀ ମୂଳଧନ ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୫୬ ଲକ୍ଷ କୋଟିରେ ପହଞ୍ଚସାରିିଥିବା ବେଳେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଜୀବନ ବୀମା ନିଗମର ଆସିକା ଶାଖା ୨୦ହଜାର ୮୮୪ଟି ପଲିସି ମାଧ୍ୟମରେ ୪୪କୋଟି ଟଙ୍କାର ନୂତନ ବ୍ୟବସାୟ କରି ଅଭୂତପୂର୍ବ ସଫଳତା ହାସଲ କରିଛି । ଭାରତୀୟ ଜୀବନ ବୀମା ନିଗମର ୬୯ତମ ବୀମା ସପ୍ତାହ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶାଖା ପରିଚାଳକ ସଂଜୀବ କୁମାର ରଥ, ବରିଷ୍ଠ ପଦାଧିକାରୀ ଦିଲୀପ କୁମାର ସାମନ୍ତରାୟ, ଲୁଲୁପ ରେଡି, ବସନ୍ତ ମହାନ୍ତି, ଗାୟତ୍ରୀ ପଟ୍ଟନାୟକ, ଶିଶିର ବିଶ୍ୱାଳ, ମଙ୍ଗଳୁ ହାଁସଦା, ଯୁଗଳ କିଶୋର ମହାନ୍ତି, ଏ.ପୂଜା ରାଓ, ରବି ନାୟକ, ଚିତ୍ତରଂଜନ ଦାଶ, ଚକାନୟନ କହଁର, ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ, ଉମାକାନ୍ତ ବର୍ମା, ରାଜେନ୍ଦ୍ର କୁମାର ଜେନା, ସୁଶାନ୍ତ କୁମାର ଦାଶ, ସୁନିଲ୍‍ କୁମାର ଗୌଡ, ଅଭିକର୍ତ୍ତା ମନୋଜ କୁମାର ମିଶ୍ର, ଆଦି ନାରାୟଣ ସାହୁ, ସୁକାନ୍ତ ଜେନା, ରାଜେନ୍ଦ୍ର ଦାଶ, ଲମ୍ବୋଦର ଦାଶଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଉନ୍ନୟନ ଅଧିକାରୀ, ଏଜେଣ୍ଟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ