ବୃଦ୍ଧାଶ୍ରମରେ ଆସିକା ଲାୟନ୍ସ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ

ଆସିକା (ୱାଇଏନ୍‍ଏସ୍‍): ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆସିକା ଲାୟନ୍ସ କ୍ଳବ ପକ୍ଷରୁ ପୋଲସରା ନିକଟସ୍ଥ ହାତୀଓଟ ସ୍ଥିତ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ କମ୍ବଳ ଓ ଫଳମୂଳ ବଣ୍ଟନ କରାଯାଇଥିବା ଜଣାପଡିଛି । ଆସିକା ଲାୟନ୍ସ କ୍ଳବର ସଭାପତି ପି.ସୁଧାକର ପାତ୍ର, ପୂର୍ବତନ ସଭାପତି କେ.କିଶୋର କୁମାର ସେନାପତି ଓ ବି.ଭେଙ୍କେଟରମଣ ମୂର୍ତ୍ତି, ସକ୍ରିୟ ସଦସ୍ୟ ଏସ୍‍.ବଦ୍ରିନାରାୟଣ ପୃଷ୍ଟି ଏବଂ ଡି.ଅମର ନାଥ ପାତ୍ରଙ୍କ ସମେତ ବହୁ ସଦସ୍ୟ ହାତୀଓଟ ସ୍ଥିତ ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କ ସହ ଦୀର୍ଘ ସମୟ ଧରି ଭାବ ବିନିମୟ କରିବା ସହ କମ୍ବଳ ବାଣ୍ଟିବା ସହ ସେମାନଙ୍କ ସୁଖ ସମୃଦ୍ଧି ଏବଂ ନିରାମୟ ତଥା ସୁସ୍ଥ ଜୀବନଯାପନ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ଯେଉଁ ଲୋକକଥା ପ୍ରଚଳିତ ହୋଇଆସିଛି ତାହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରି ବର୍ଷ ବର୍ଷ ଧରି ବିଭିନ୍ନ ସମୟରେ ଆସିକା ଲାୟନ୍ସ କ୍ଳବ ଆୟୋଜନ କରୁଥିବା ଏଭଳି ମହନୀୟ ଓ ବଦାନ୍ୟତା ପ୍ରୟାସକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ସମାଜରେ ବସବାସ କରୁଥିବା ଦୁସ୍ଥ, ଅସହାୟ ଓ ଅବହେଳିତ ତଥା ଗରିବଗୁରୁବାଙ୍କ ମୁହଁରେ ଅସରନ୍ତି ହସ ଫୁଟାଇ ସେବା କରିବାର ସଂକଳ୍ପ ନେଇ ନିଷ୍ଠାପର ଓ ନିରବିଚ୍ଛିନ୍ନ ଭାବେ ଆସିକା ଲାୟନ୍ସ କ୍ଳବ ମାଗଣା ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ପରିବେଶର ସୁରକ୍ଷା ଲାଗି ଚାରାରୋପଣ ସମେତ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ