ସାହିତ୍ୟ -ସମ୍ପର୍କର ସେତୁ ସିଦ୍ଧାନ୍ତ ପୁସ୍ତକ ଲୋକାର୍ପିତ

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିଦ୍ଧାନ୍ତର ଏକ ସାରସ୍ୱତ ସମାବେଶ ପାରଳାଖେମୁଣ୍ଡି ବିଶ୍ବନାଥ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି. ଏହି ଅବସରରେ ସାହିତ୍ୟ ସମ୍ପର୍କର ସେତୁ ସିଦ୍ଧାନ୍ତ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧାନ୍ତ ଅନୁଷ୍ଠାନର ଅଧ୍ଯକ୍ଷା ଅନ୍ନପୂର୍ଣା ଦେବୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତଥା ବିଶିଷ୍ଟ ସାହିତ୍ୟିକ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଥିଲେ, ସାହିତ୍ୟ ହିଁ ସମ୍ପର୍କର ସେତୁ. ଦକ୍ଷିଣ ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପୁନଃ ଜୀବିତ କରିଛି ସିଦ୍ଧାନ୍ତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ. ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ସିଦ୍ଧାନ୍ତର ଭୂମିକା ଅତୁଳନୀୟ. ଏହି ସମାବେଶରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ପ୍ରଫେସର ରଞ୍ଜିତ ରଞ୍ଜିତ କୁମାର ପରିଡା, କଟକ କଳା ବିକାଶ କେନ୍ଦ୍ରର ସଭାପତି ପ୍ରଫେସର ବିଜୟାନନ୍ଦ ସିଂ, ମୁଖ୍ୟବକ୍ତା ପୂର୍ଣଚନ୍ଦ୍ର ମହାପାତ୍ର ମଞ୍ଚାସୀନ ଥିଲେ । ଅତିଥିମାନେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ‘ପାରଳାର ପାରିଲା ପିଲା’ ଓ ଖୋର୍ଦ୍ଧା ଜିଲାର ରାଜମେସ୍ତ୍ରୀଙ୍କ ଦ୍ବାରା ରଚିତ ‘ଅନ୍ୟ ଏକ ପାଇକ ବିଦ୍ରୋହ’ ପୁସ୍ତକ ଲୋକାର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ