ଲିଟିଲ ସ୍କୁଇରେଲ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ଡିଗି ପୋଖରୀ ପଡିଆ ଠାରେ ଲିଟିଲ ସ୍କୁଇରେଲ୍ସ ପବ୍ଲିକ ସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ସମରେନ୍ଦ୍ର କୁମାର ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ଭାଗିରଥି ପାତ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍‌୍ ତଥା ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସଞ୍ଜୟ କୁମାର ମଜୁମଦାର, ଶିକ୍ଷକ ସୁକାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ପିଲା ମାନଙ୍କ ସଫଳତା ପଛରେ ପିତାମାତା ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭୂମିକା ରହିଥାଏ ବୋଲି କହିଥିଲେ । ଆୟେଶା ବିଶ୍ୱାଳ ସ୍ୱାଗତ ଭାଷଣ ଏବଂ ଶିକ୍ଷୟିତ୍ରୀ ମୌସୁମୀ ଭୋଇ ଓ ସବ୍‌ନମ୍ ଖାତୁନ୍ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ କୁନି କୁନି ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ଜନ୍‌ତୁନ୍ ଖାତୁନ୍‌, ମନ୍ଦାକିନୀ ନାଥ, ଲୋପାମୁଦ୍ରା ରଣା, ସୁପ୍ରଭା ମହାରାଜ, ନୟନ ସାହୁ, ସଞ୍ଜୟ ସାହୁ, ଶିକ୍ଷା କର୍ମଚାରୀ କଳ୍ପନା ନାୟକ, ଭାରତୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ