ଆସିକାରେ ଭଗବାନ ଧନ୍ୱନ୍ତରୀ ଦେବଙ୍କ ଜୟନ୍ତୀ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ଆସିକା ଅଞ୍ଚଳର ଅନ୍ୟତମ ସର୍ବପୁରାତନ କଳିଙ୍ଗରୋଡ ସ୍ଥିତ ଉତ୍କଳ ଆୟୁର୍ବେଦ ଭବନ ପକ୍ଷରୁ ରବିବାର ଆୟୁର୍ବେଦର ପ୍ରବର୍ତ୍ତକ ତଥା ଆୟୁର୍ବେଦର ଜନକ ଶ୍ରୀ ଶ୍ରୀ ଶ୍ରୀ ଭଗବାନ ଧନ୍ୱନ୍ତରୀ ଦେବଙ୍କ ପୁଣ୍ୟ ଜନ୍ମତିଥି ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଆସିକା ଅଞ୍ଚଳରେ ଆୟୁର୍ବେଦ ଚିକିତ୍ସାର ଏକ ତଥା ଅନ୍ୟତମ ବିଶ୍ୱାସ୍ତନୀୟ ତଥା ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ଉତ୍କଳ ଆୟୁର୍ବେଦ ଭବନର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ଭଗବାନ ଶ୍ରୀ ଶ୍ରୀ ଧନ୍ୱନ୍ତରୀ ଦେବଙ୍କ ଆବାହନ, ପୂଜା, ହୋମ, ପୂର୍ଣ୍ଣାହୁତି, ଆରତୀ ଦର୍ଶନ ଓ ପୁଷ୍ପାଞ୍ଜଳି ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ତଥା ଆୟୁର୍ବେଦ ଚିକିତ୍ସାର ଅଭିଜ୍ଞ ଡାକ୍ତର ପ୍ରମୋଦ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିିଥିଲା ବେଳେ ନଳବଣ୍ଟା ଗ୍ରାମର ବିଦ୍ୱାନ ପଣ୍ଡିତ ରାମଚନ୍ଦ୍ର ପାଢୀଙ୍କ ମନ୍ତ୍ରୋଚାରଣରେ ଚିକିତ୍ସାଳୟ ପରିସର ପ୍ରକମ୍ପିତ ହୋଇପଡିଥିଲା । ଶାସ୍ତ୍ର ପୁରାଣ ଅନୁସାରେ ସାଗର ମନ୍ଥନରୁ ଭଗବାନ ଧନ୍ୱନ୍ତରୀ ସ୍ୱର୍ଣ୍ଣକଳସ ଧରି ଉତ୍ପନ ହୋଇଥିଲେ । ଭଗବାନ ଧନ୍ୱନ୍ତରୀ ଦେବତାଙ୍କ ବୈଦ୍ୟ ଥିଲେ । ଭଗବାନ ଧନ୍ୱନ୍ତରୀଙ୍କ ପୂଜନ ଦ୍ୱାରା ଆରୋଗ୍ୟ ଶୁଭ ପ୍ରାପ୍ତି ହୁଏ । ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ପାଇଁ ଭଗବାନ ଧନ୍ୱନ୍ତରୀ ଅବତାର ନେଇଥିଲେ । ଭଗବାନ ଧନ୍ୱନ୍ତରୀ ଦେବଙ୍କ ପୁଣ୍ୟ ଜନ୍ମତିଥି ଅବସରରେ କଳିଙ୍ଗରୋଡ ସ୍ଥିତ ଉତ୍କଳ ଆୟୁର୍ବେଦ ଭବନ ପରିସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ମହିଳା ଶ୍ରୀମତୀ ସୁଜାତା ପଣ୍ଡା, ଶ୍ରଦ୍ଧାଳୁ ଭକ୍ତ ପ୍ରଭାନିଂଶୁ ପଣ୍ଡା, ଭାସ୍କର ସ୍ୱାଇଁ, ପି.ଜଗନ୍ନାଥ ପାତ୍ର, ବାଲାଜୀ ନାହାକ, ଶିଶିର କୁମାର ନାୟକ, ବସନ୍ତ କୁମାର ଷଡଙ୍ଗୀ, ବିଷ୍ଣୁକେଶରୀ ଉପାଧ୍ୟାୟ, ଦେବରାଜ ପାତ୍ର, ଦିଲୀପ କୁମାର ନାୟକ, ବିଚିତ୍ରାନନ୍ଦ ପୋଲାଇଙ୍କ ସମେତ ବହୁଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ