ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟ ନୂତନ ବିଦ୍ୟାର୍ଥୀଙ୍କୁ ସ୍ୱାଗତକାଳୀନ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) : ସଂସ୍କୃତ ଶିକ୍ଷାର ବିକାଶ ଲାଗି ଆସିକା ସହରର ନିରଞ୍ଜନ ନଗରରେ ୧୮୮୫ ମସିହାରେ ସ୍ଥାପିତ ହୋଇ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିବା ଦିଗରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଥିବା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଯୁକ୍ତତିନି(ଶାସ୍ତ୍ରୀ) ପ୍ରଥମ ବର୍ଷ ଓ ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ୨ ପ୍ରଥମ ବର୍ଷ (ଉପଶାସ୍ତ୍ରୀ ପ୍ରଥମ ବର୍ଷ) ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଟାନ ପରିସରରେ ଶୁକ୍ରବାର ଏକ ସ୍ୱାଗତକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଓ ମେକ୍‍ ମାଇକେଲ୍‍ ସଂସ୍କୃôତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅଧ୍ୟାପକ ସନାତନ ପଣ୍ଡା, ଅଧ୍ୟାପକ ଶିଶିର କୁମାର ମିଶ୍ର, ଅଧ୍ୟାପକ ବାବାନାଥ ମିଶ୍ର, ଅଧ୍ୟାପକ ମନୋରଞ୍ଜନ ସାହୁ, ଅଧ୍ୟାପିକା କବିତା କୁମାରୀ ଦାସ, ପ୍ରଧାନ ପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ନବାଗତ ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଏକାଗ୍ରତା, ଧୈର୍ଯ୍ୟ ଓ କଠିନ ପରିଶ୍ରମରେ ସଫଳତା ମିଳିଥାଏ, ତେଣୁ ବିଦ୍ୟାର୍ଥୀମାନେ ଭଲ ପାଠପଢି ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ପ୍ରତିଭାର ସୁରଭି ଯେପରି ସମସ୍ତେ ଅନୁଭବ କରିପାରିବେ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଓ ମେକ୍‍ ମାଇକେଲ୍‍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବାଗତ ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଟୁନା ମହାରଣା ଓ ପ୍ରଦୀପ କୁମାର ଷଡଙ୍ଗୀ ସକ୍ରିୟ ସହଯୋଗ କରିଥିଲା ବେଳେ ଯୁକ୍ତ ଦୁଇ ଉପଶାସ୍ତ୍ରୀ ଏବଂ ଯୁକ୍ତ ତିନି ଶାସ୍ତ୍ରୀ ପାଠ୍ୟକ୍ରମର ନବାଗତ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ