ମା’ ପାଇ ଗଛ ଟିଏ କାର୍ଯ୍ୟକ୍ରମ
ଛତ୍ରପୁର, : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡିଛକସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପରିବେଶ ସୁରକ୍ଷା ନିମନ୍ତେ ଗଂଜାମ ଜିଲ୍ଲା ଦଣ୍ଡାସି କୂଳ ମହାସଂଘ ପକ୍ଷରୁ ମା ପାଇ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲା ଦଣ୍ଡାସି କୂଳ ମହାସଂଘର ଅଧ୍ୟକ୍ଷ ମହେଶ୍ୱର ନାୟକ, ଜିଲ୍ଲା ସଭାପତି ଜଗବନ୍ଦୁ ନାୟକ, ଉପସଭାପତି ରଂଜନ କୁମାର ନାୟକ, ସମ୍ପାଦକ ରବିନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଅଭିରାମ ନାୟକଙ୍କ ସମସ୍ତ ତାଲୁକ ମେମ୍ବର ମାନେ ଯୋଗଦେଇ ବିଭିନ୍ନ ରକମର ବୃକ୍ଷ ରୋପଣ କରିଥିଲେ । ଏହା ସହିତ ଜାତି ଉନ୍ନତୀ ଏବଂ ମହାସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରଫୁଲ କୁମାର ନାୟକ ସଭା ପରିଚାଳନା କରିଥିବା ବେଳେ ଶେଷରେ ବନମାଳି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।