ମହ୍ଲାରପଦା ରେ ମା ମଙ୍ଗଳା ଙ୍କ ପ୍ରତିଷ୍ଠା ଉତ୍ସବ

ହାଟଡିହି (ଓ୍ବାଇଏନଏସ): ନିକଟସ୍ଥ ମହ୍ଲାରପଦା ଗ୍ରାମରେ ଥିବା ମା ମଙ୍ଗଳାଙ୍କ ନବ ନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଆଜି ସକାଳୁ ନିକଟସ୍ଥ ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ କଳାଶ ସ୍ଥାପନ କରାଯାଇ ରୀତି ନୀତି ମତେ ପୂଜାର୍ଚନା କରାଯାଇ ଥିଲା। ପଣ୍ଡିତ ସୁଧାଂଶୁ ଶେଖର ପତି, ସୁନୀଲ ମିଶ୍ର,  କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସୂର୍ଯ୍ୟ ପୂଜା, ଧେନୁପୂଜା, ଚଣ୍ଡୀ ପାଠ ସହ ମନ୍ଦିର ପ୍ରତିଷ୍ଠା, ବିଗ୍ରହ ସ୍ଥାପନ, ମନ୍ଦିର ପ୍ରବେଶ ଆଦି କରିଥିବା ବେଳେ ସରୋଜ କୁମାର ରାଉତ, ଅହଲ୍ୟା ରାଉତ କର୍ତ୍ତା ଭାବେ ସାମିଲ ହୋଇଥିଲେ। , ମନୋରମା ବରାଳ, ରଂଜିତା ରାଉତ, ରଶ୍ମିତା ରାଉତ, ମନୋରମା ବରାଳ, ରମାମଣି ସାହୁ, ରଶ୍ମିତା ସାହୁ, କିରଣବାଳା ରାଉତ, ରାଜଲକ୍ଷ୍ମୀ ମହାନ୍ତି, ପ୍ରଭାସିନୀ ମହାନ୍ତି, ରାଜଶ୍ରୀ ସାହୁ, ସୁଲୋଚନା ସାହୁ, ରେଣୁକା ସାହୁ, ତପସ୍ୱୀନି ରାଉତ, ସଞୁଲତା ସାହୁ, ପ୍ରଭାସିନୀ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି ସହକର୍ତ୍ତା ଭାବେ ପୂଜାରେ ବସିଥିଲେ। ସରୋଜିନୀ ରାଉତ, ଶଶିକାନ୍ତ ରାଉତ,  ଅହଲ୍ୟା ରାଉତ, ବିଷ୍ଣୁ ପ୍ରିୟା ରାଉତ, ଭାନୁମତୀ ରାଉତ, ଶାନ୍ତି ଲତା ରାଉତ, ଗୋପାଳ ସାହୁ, ମଦନମୋହନ ମହାନ୍ତି, ପଦ୍ମନାଭ ମହାନ୍ତି, ରବିନ୍ଦ୍ର ସାହୁ, ଚନ୍ଦ୍ରକାନ୍ତ ରାଉତଙ୍କ ସମେତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ