ଶହେ ବାରବର୍ଷରେ ପଦାର୍ପଣ କରିଛି ମା ଶ୍ୟାମାକାଳୀ ପୂଜା
ଧାମନଗର (ଓ୍ବାଇଏନଏସ): ଧାମନଗର ସହରରେ ସଦର ମହକୁମା ଠାରେ ଧାମନଗର ଶ୍ୟାମାକାଳୀ ପୂଜା (ଶହେ ବାର) ବର୍ଷରେ ପଦାର୍ପଣ କରିଛି । ସୂଚନା ଅନୁଯାୟୀ ସେତେବେଳେ ସ୍ଥାନୀୟ ବରିଷ୍ଠ ବ୍ୟକ୍ତି ବିଶେଷ ଓ ଲୋକମାନେ ଏବଂ ବଜାର କମିଟି ମିଶି ତାଙ୍କ ପ୍ରଚେଷ୍ଟାରେ ପରିବା ହାଟ କୋଣରେ କରକଟି ଟିଣ ଘେରି ପ୍ରଥମେ ମା ଶ୍ୟାମାକାଳୀଙ୍କ ପୂଜା ଶୁଭ ଆରମ୍ଭ କରିଥିଲେ। ସେବେଠାରୁ ଆଜିପର୍ଯ୍ୟନ୍ତ ବଜାର କମିଟି ଦ୍ୱାରା ଏହି କାଳୀପୂଜା ଅବିରତ ଭାବେ ଚାଲିଆସୁଛି। ଏହି ପୂଜା ଆଜି ଏକ ଛାତଘରେ ଭବ୍ୟ ମଣ୍ଡପ ରୂପେ ପରିଣତ ହୋଇଛି। ଆକର୍ଷଣୀୟ ଆଲୋକସଜ୍ଜା ପୂଜା ମଣ୍ଡପ ପୂଜାର ସମସ୍ତ ବ୍ୟୟ ଓ ବ୍ୟବସ୍ଥାପନାର ଦୋକାନୀ ମାନେ ସଦସ୍ୟ ହୋଇ ସହଭାଗୀ ହୋଇ ଅନୁଷ୍ଠାନକୁ ସଫଳ ରୂପାୟନ କରୁଛନ୍ତି। ଏଥିସହ ଧାମନଗର ବଜାରର ସମସ୍ତ ଦୋକାନୀମାନେ ମଧ୍ୟ ଆବଶ୍ୟକ ସାମଗ୍ରୀ ଓ ଅର୍ଥ ସହାୟତା ଦେଇ ସାମାଜିକ ଏକତାର ଦୃଢ଼ ଉଦାହରଣ ସୃଷ୍ଟି କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଏଠି ଚାନ୍ଦା ଆଦାୟର ବ୍ୟବସ୍ଥା ନାହିଁ। ପ୍ରତିଦିନ ମା’ ଶ୍ୟାମାକାଳୀଙ୍କ ବ୍ରହ୍ମ ପୂଜା କରାଯାଇଥାଏ। ମା’ଙ୍କ ମୃଣ୍ମୟ ମୂର୍ତ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମିନାବଜାର,ରଙ୍ଗ ବେରଙ୍ଗ ଲିଚୁ ଆଲୋକରେ ସୁନ୍ଦର ତୁରଣ ସହିତ ବଜାର ଅଞ୍ଚଳ ସାଜସଜ୍ଜା ବେଶ୍ ଲୋକମାନଙ୍କୁ ଆକର୍ଷିତ କରିଥାଏ। ତେବେ ଅନ୍ୟତମ ପ୍ରମୁଖ ଧାର୍ମିକ ଉତ୍ସବ ଭାବେ ପରିଚିତ ଧାମନଗର ବଡ଼ ବଜାରର ଏହି କାଳୀପୂଜାକୁ ନେଇ ଏବେ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି।ପ୍ରତ୍ୟେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି। ବୋଲି ଚଳିତ ବର୍ଷ କାଳୀପୂଜା ୦୮ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ମହା ଆଡମ୍ବରରେ ଭାଷାଣି ଉତ୍ସବ ହେବ ବୋଲି କମିଟି ପକ୍ଷରୁ ସଭାପତି ଦିଲ୍ଲୀପ କୁମାର ସେଠୀ,ସମ୍ପାଦକ ଶ୍ୟାମସୁନ୍ଦର ରାଉତ,କୋଷାଧ୍ୟକ୍ଷ ରମାକାନ୍ତ ସାହୁ ଓ ଅନ୍ୟ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ସେହିପରି ଧାମନଗର ବ୍ଲକ ଅଞ୍ଚଳ ବିଭିନ୍ନ ସ୍ଥାନରେ ମା”ଶ୍ୟାମାକାଳୀଙ୍କ ପୂଜା ମହା ସମାରୋହରେ ପାଳିତ ହେଉଥିବା ସୂଚନା ମିଳିଛି।


