ନାଉଗାଁରେ ମା’ଶ୍ୟାମାକାଳୀ ପୂଜା

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଯଥାରୀତି ପୂର୍ବକ ସମୋବାର ଠାରୁ ମା’ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡେରିକି ପଂଚାୟତର ଡେରିକି, ଘୋଡାଂଶ ପଂଚାୟତର ଘୋଡାଂଶ ଓ ପାଇକସାହି, ଶିଖର ପଂଚାୟତର ସାରେଇକୂଳ ଆଦି ସ୍ଥାନରେ ମା’ଙ୍କର ମୃଣ୍ମୟୀ ମୂର୍ତିକୁ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ଏହି ଅବସରରେ କଳସ ଶୋଭାଯାତ୍ରା କରାଯିବା ସହ ରୀତିନିତି ଅନୁସାରେ ପୂଜା କରାଯାଊଛି। ଏହି ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ମଣ୍ଡପ ଗୁଡିକ ନିକଟରେ ସନ୍ଧ୍ୟାରେ ବିଭିନ୍ନ ଅଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଥିବା ବେଳେ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଥିବାର ଦେଖାଯାଇଛି। ଏହି ଉପଲକ୍ଷେ ସାରେଇକୂଳସ୍ଥିତ ମା’ ଶ୍ୟାମାକାଲୀ ପୂଜା କମିଟି ତରଫରୁ ୩୯ତମ ମା’ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାକୁ ଶିଖର,ସାରେଇକୂଳ,ବିଲିପଡା ଗ୍ରାମର ଗ୍ରାମବାସୀମାନେ ପରିଚାଳନା କରୁଛନ୍ତି। ଏହି ପୂଜା ୫ ଦିନ ଧରି ଚାଲୁ ରହିବ। ପ୍ରତ୍ୟେକ ଦିନ ଯଥା ରୀତି ପୂର୍ବକ ପୂଜାର୍ଚ୍ଚନା କରାଯିବା ସହ ସଂଧ୍ୟାରେ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ଓ କୁନି ପ୍ରବଚକ ଶ୍ରୀଶ୍ରୀ ଦ୍ୱିତିକୃଷ୍ଣ କେଶବ ଦାସଙ୍କ ଦ୍ୱାରା ଅଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରାଯିବ। ସେହିପରି ୨୩ ଓ ୨୪ ଅକ୍ଟୋବରେ ମା’ଶ୍ୟାମାକାଳୀ ନାଟ୍ୟ ପରିଷଦ ପକ୍ଷରୁ ସାମାଜିକ ନାଟକ ପରିବେଷଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ