ମା’ ଠାକୁରାଣୀଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ: ଖୁଟୁଲୁଗୁଡାକୁ ହରାଇ କାଉଡୋଲା ଚାମ୍ପିଅନ୍
କୋକସରା,(ଗଣେଶ କୁମାର ଭାଟି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ବାବେକୋହରା ସ୍ଥିତ ଖେଲ ପଡିଆଠାରେ ଚାଲିଥିବା ମା’ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ରବିବାର ଅନୁଷ୍ଠିତ ହୋଇଛି। ଫାଇନାଲ ଖେଳଟି କାଉଡୋଲା ଓ ଖୁଟୁଲୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାଉଡୋଲା ଟିମ୍ ଚାମ୍ପିଅନ୍ ହୋଇଛି। କାଉଡୋଲା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୮ ବିନିମୟରେ ୧୧୫ ରନ୍ ସଂଗ୍ରହ କରିଥିଲା। ୧୧୬ ରନ୍ ର ବିଜୟ ଲକ୍ଷ ନେଇ ଖୁଟୁଲୁଗୁଡା ଦଳ ପଡିଆକୁ ଓହ୍ଲାଇ ନିର୍ଦ୍ଧାରିତ ୧୨ ଓଭର ମଧ୍ୟରେ ୫ ଉଇକେଟ ବିନିମୟରେ ୧୦୩ ରନ୍ ସଂଗ୍ରହ କରିଥିଲା। ତେବେ ୧୨ ରନରେ କାଉଡୋଲା ଟିମ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଆମ୍ପିୟାର ସୁନୀଲ କୁମାର ଦାସ ଓ କାଳିଆ ବାରିକ ଖେଲ ପରିଚାଳନା କରିଥିଲେ। ସ୍କୋରର ସନ୍ତୋଷ ନାଏକ ରହିଥିବାବେଳେ ଖେଳର ଧାରାବିବରଣୀ ରମେଶ ବାରିକ, ଥବିରାମ ଦିପ ଓ ତୁଲସୀ ରାମ ବାଗ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଧର୍ମାନନ୍ଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ତଥା ବରିଷ୍ଠ ଖେଳାଳି ନିଲାମ୍ବର ଦାସ ମୁଖ୍ୟ ବକ୍ତା, ସାମ୍ବାଦିକ ଜଗଦୀଶ ନାଏକ, ଦୈନିକ ଖବରକାଗଜ ସାମ୍ବାଦିକ ଗଣେଶ କୁମାର ଭାଟି, ତୁଲାରାମ ନାଏକ, ପୂର୍ବତନ ନାଏବ ସରପଞ୍ଚ ଧନୁ ଦୁର୍ଗା, ଗଜୀନ୍ଦ୍ର ଭଁଏଷାଲ, ଭାସ୍କର ଭଁଏଷାଲ, ଭୁବନେଶ୍ୱର ନାଏକ, ଯୁଗଳ ଭଁଏଷାଲ, କ୍ଷମାନନ୍ଦ ତାଣ୍ଡି, କୈଳାସ ଚନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଉଭୟ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। କାଉଡୋଲା ଟିମର ସୁନିଲ ମାଝୀ ମ୍ୟାନ ଅଫ ଦି ମ୍ୟାଚ ଓ ଖୁଟୁଲୁଗୁଡା ଟିମ୍ ର ମାନସ ହାତୀ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ। ଆୟୋଜକ କମିଟିର ଯୁଧିଷ୍ଠି ନାଏକ, ମହାନ୍ତି ନାଏକ, ବଣ୍ଟି ନାଏକ, ସନ୍ତୋଷ ନାଏକ, ଶକ୍ତି ଯୁଏଡ, ଜିତେଶ ନାଗ, ନିଲ ପଣ୍ଡିତ, ଅରୁଣ ପୁଝାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


