ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରୀବୃତ୍ତି ଅଭିନନ୍ଦନ ଜଣାଇଲେ ଜିଲ୍ଳାବାସୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବଣମଲ୍ଲୀ ମାଧବୀ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଣାଳୟ ତରଫରୁ ଓଡିଶୀ ନୃତ୍ୟରେ ଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି. ଏହି ଜିଲ୍ଲାର ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ପାଇଲେ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି। ସିସିଆରଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜାତୀୟ ଜୁନିଅର ଛାତ୍ରବୃତ୍ତି ପାଇଛନ୍ତି ମାଧବୀ। ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଜିଲ୍ଲା ଓ ଅଞ୍ଚଳ ବାସୀ. ସରଞ୍ଚନା ନୃତ୍ୟାନୁଷ୍ଠାର ପ୍ରତିଭାଶାଳୀ ଛାତ୍ରୀ ମାଧବୀ ମାଝୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆରଟି ଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ଛାତ୍ରବୃତ୍ତି ଯୋଜନା (ସିଟିଏସଏସଏସ – 10 ରୁ 14 ବର୍ଷ) ହୋଇଛନ୍ତି। ଓଡ଼ିଶୀ ପ୍ରଦର୍ଶକ ଗୁରୁ ରବିଶଙ୍କର ମାଝୀଙ୍କ ମାର୍ଗଦର୍ଶନରେ ସଫଳ ହୋଇଛନ୍ତି l ମାଧବୀ ବର୍ତ୍ତମାନ ଗୁରୁ ରବି ଶଙ୍କର ମାଝୀଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁରସ୍ଥିତ ସରଞ୍ଚନା ନୃତ୍ୟ ଅନୁଷ୍ଠାନରେ ଶିକ୍ଷାରତ। ସେ ଦୀର୍ଘ ୭ବର୍ଷ ଧରି ଶିକ୍ଷା କରି ଆସିବା ସହିତ ବ୍ରହ୍ମପୁରର କୁଇନ୍ ମିସନ୍ ହାଇସ୍କୁଲରେ ୯ମ ଶ୍ରେଣୀରେ ପଢୁଛନ୍ତି। ସେ ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ଆଦିବାସୀ ଲୋକ ନୃତ୍ୟ ମଧ୍ୟ କରୁଛନ୍ତି। ସେ ଭବିଷ୍ୟତରେ ଭଲ ଆନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ହେବାର ଲକ୍ଷ୍ୟରଖି ନିଜ ଗୁରୁ, ଅଭିଭାବକ ,ନିଜ ଗ୍ରାମ ,ନିଜ ଦେଶ କୁ ଗୌରବ କରିବାକୁ ଲକ୍ଷ୍ୟ ରଖଛନ୍ତି। ତଥା ନିଜ ଅଞ୍ଚଳରେ ଆଦିବାସୀ ପିଲାଙ୍କ ମାଗଣାରେ ଶିକ୍ଷା ଦେଇ ସେମାନଙ୍କ କଳାକୁ ଦେଶ ବିଦେଶ ରେ ପହଞ୍ଚାଇବା ପାଇଁ ସ୍ଥିର କରିଛନ୍ତି।