ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗଜପତିରୁ ଜଣକୁ ଉଠାଇଲା ମହାରାଷ୍ଟ୍ର ପୋଲିସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗଜପତିରୁ ଜଣକୁ ଉଠାଇ ନେଲା ମହାରାଷ୍ଟ୍ର ପୋଲିସ, ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡା ଗାଁର ସୁଶାନ୍ତ ପାଳକୁ ମହାରାଷ୍ଟ୍ର ପୋଲିସ ଗିରଫ କରିବା ସହ ମୋହନା ଜେଏମଏଫସି କୋର୍ଟ ରେ ହlଜର କରାଯାଇଛି, କୋର୍ଟରେ ହାଜର ପରେ ସୁଶାନ୍ତକୁ ମହାରାଷ୍ଟ୍ର ପୋଲିସ ମହାରାଷ୍ଟ୍ରକୁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଏଥିସହ ଗଞ୍ଜାମ ଜିଲ୍ଲାର ବିଜୟ ନାହାକକୁ ମଧ୍ୟ ଗିରଫ କରିଛି ମହାରାଷ୍ଟ୍ର ପୋଲିସ, ଗତ ମେ 1 ତାରିଖ ଦିନ ମହାରାଷ୍ଟ୍ର କନଡ଼ ସିଟି ପୋଲିସ ଥାନା ଅଞ୍ଚଳରୁ ଏକ କlର ସହ 409 କିଲୋ ଗଞ୍ଜେଇ ଜବତ କରିଥିଲା କନଡ଼ ପୋଲିସ, ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ 5 ଜଣକୁ ସେତେବେଳେ ଗିରଫ କରାଯାଇଥିଲା। ତେବେ ଏଥିରେ ସମ୍ପୃକ୍ତ ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡାର ସୁଶାନ୍ତ ପାଳ ଓ ଗଞ୍ଜାମ ଜିଲ୍ଲାର ବିଜୟ ନାହାକ ଫେରାର ହୋଇଯାଇଥିଲେ, ମହାରାଷ୍ଟ୍ର ପୋଲିସ ତଦନ୍ତ କରିବା ସହ ମୋବାଇଲ ଟ୍ରlକ କରି ଦୁଇ ଅଭିଯୁକ୍ତକୁ ଧରl ଯାଇଥିବା ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି, ମହାରାଷ୍ଟ୍ର କନଡ଼ ସିଟି ପୁଲିସ ଥାନାର ଏସଆଇ କୁନାଲ ସୂର୍ଯ୍ୟବଂଶୀ, ପିଏସଆଇ ଚାନ୍ଦ ମିନ୍ଦିକ, ଓଆର ସଞ୍ଜୟ ଅଟୋଲୀ, କନଷ୍ଟେବଳ ବିଜୟ ଚୌଧୁରୀ, ନାଗେଶ ତ୍ରିଭବନ ଚଢ଼ାଉ ରେ ସାମିଲ ଥିବାବେଳେ ମୋହନା ଥାନା ପୁଲିସ ସହାୟତାରେ କୁଟିଗୁଡା ଗାଁ ରୁ ସୁଶାନ୍ତ କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ସୂଚନା ଯୋଗ୍ୟ ଯେ ଗତ 2024 ଅକ୍ଟୋବର 3 ରେ ମହାରାଷ୍ଟ୍ର ଅlକୋଲା ପୁଲିସ ମୋହନା ଅଞ୍ଚଳର ଜଣେ ଗଞ୍ଜେଇ ଅଭିଯୁକ୍ତ ଜୁଏଲ ଶବରକୁ ତଦନ୍ତ ପାଇଁ ରିମାଣ୍ଡରେ ଆଣି ମୋହନାର ଏକ ଲର୍ଜରେ ରଖିଥିଲା। ତେବେ ଗୋଡ଼ରେ ବେଡି ବନ୍ଧା ହୋଇଥିବା ସତ୍ୱେ ଅଭିଯୁକ୍ତ ଜଣକ ଲର୍ଜରୁ ଚମ୍ପଟ ମାରିଥିଲା, ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଲିସ କଡା ସୁରକ୍ଷାରେ ସୁଶାନ୍ତକୁ ମୋହନା କୋର୍ଟରୁ ରିମାଣ୍ଡରେ ମହାରାଷ୍ଟ୍ର ପୋଲିସ ନେଇଛନ୍ତି।