ବୀଣାପାଟିଆରେ ସାରନା ବାଗାନ ଜିଆନ କ୍ଲବ ପକ୍ଷରୁ ମକର ମହୋତ୍ସବ

ହାଟଡିହି(ଓ୍ବାଇଏନଏସ):  ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ  ବୀଣାପାଟିଆ ଗ୍ରାମରେ ସାରନା ବାଗାନ ଜିଆନ କ୍ଲବ ପକ୍ଷରୁ ୩୬ତମ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପିତାମ୍ବର ଟୁଡୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଦିବାକର ମାଝୀ ସଭାପତିତ୍ୱ କରିଥିଲେ। ଏଥିରେ ବିଜେପି ନେତା ଆଲୋକ ସେଠୀ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ଯୁଧିଷ୍ଠିର ମଲ୍ଲିକ, ପଞ୍ଚାୟତ ବିଜେପି ସଭାପତି ମନୋଜ ପଣ୍ଡା, ପୂର୍ବତନ ପଞ୍ଚାୟତ ବିଜେପି ସଭାପତି ନିକୁଞ୍ଜ ଜେନା, ଦୀନବନ୍ଧୁ ମହାନ୍ତି,  ପ୍ରମୁଖ ଯୋଗଦେଇ  ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ଆମର କର୍ତ୍ତବ୍ୟ ବୋଲି ମତ ଦେଇଥିଲେ। ଗାଁରେ ହେଉଥିବା ମେଳା ମହୋତ୍ସବ ଗାଁର ଏକତା, ଭାଚାରା ବଜାୟ ରଖିଥାଏ। ଏବେ ଆମ ସମ୍ପ୍ରଦାୟର ଲୋକ ଭାରତର ରାଷ୍ଟ୍ରପତି ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ସାମ୍ପ୍ରଦାୟର। ତେଣୁ ଆମ ହକ ଆମେ ନିଶ୍ଚୟ ପାଇବା ବୋଲି ମୁଖ୍ୟ ଅତିଥି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ। ସୋମନାଥ ମାରାଣ୍ଡି, ପୂର୍ଣ୍ଣ କିସ୍କୁ, ପିତାମ୍ବର ଟୁଡୁ, ଇଂରାଜୀ ସୋରେନ, ଭୀମ ହେମ୍ରମ, ଦାସ କିସ୍କୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଗ୍ରାମବାସୀ ମାନେ ଏକ ପଟୁଆରରେ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ