ମ୍ୟାଲେରିଆ ଓ ଡାଇରିଆ ନିରାକରଣ ତାଲିମ ଶିବିର
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ବଙ୍କାକୁଣ୍ଡୁରୁ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉଭୟ ଜିଲ୍ଲାର ସୀମାନ୍ତରେ ଥିବା ପାଞ୍ଚଟି ପଞ୍ଚାୟତର ଚାଳିଶି ଜଣ ସ୍ବେଛାସେବୀ ଙ୍କୁ ବେଦାନ୍ତ ଓ ମା ସନ୍ତୋଷୀ ଜନକଲ୍ୟାଣ ମେଡିକାଲ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଅଞ୍ଚଳରେ ମେଲେରିଆ ଓ ଝାଡା ବାନ୍ତି ଓ ଡାଇରିଆ କିପରି ନବ୍ୟାପୀବ ସେଥିନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରି ରୋଗରୁ ବଞ୍ଚି ଜୀବନ ବଞ୍ଚାଇବା ଲକ୍ଷ୍ୟରେ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଏଥିରେ ବେଦାନ୍ତ ସିଏସଆର ମୁଖ୍ୟ ଶଶୀର ତଦପଡାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଡାକ୍ତର ଖାନା ପରିଚାଳକ ଚିତ୍ତରଞ୍ଜନ ନନ୍ଦ, ଡାକ୍ତର ଓମପ୍ରକାଶ ପ୍ରଧାନ, ଶକ୍ତମୟୀ ଅନୁଷ୍ଠାନ ର ପରିଚାଳିକା ପ୍ରିୟା ହୋତା ଯୋଗଦେଇ ଶିବିରର୍ଥୀ ଙ୍କୁ ତାଲିମ ପ୍ରଦାନ ପାରିଥିଲେ।ଏଥିରେ ଏହି କାର୍ଯ୍ୟକ୍ରମରେ ଅରୁଣକୁମାର ସେଠ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ବନ୍ଦନା ବାଗ ଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଶ୍ରୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।