ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ପୋଲିସ ଥାନା ଅଞ୍ଚଳରେ ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ହେଲେ ବି.କରଡ଼ାବାଡ଼ି ଗ୍ରାମର ବିପିନ ଗୌଡ(୨୪) । ଦୁଷ୍କର୍ମକାରୀ ବିପିନର ବିରୁଦ୍ଧରେ ନାବାଳିକାଙ୍କ ମାଆଙ୍କ ଅଭିଯୋଗ କ୍ରମେ ବୁଗୁଡା ପୋଲିସ ଥାନାର କେସ୍ ନଂ ୫୩୬/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ବିପିନକୁ ବ୍ରହ୍ମପୁରସ୍ଥ ପସ୍କୋ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ