ମାରଣାସ୍ତ୍ର ଦେଖାଇ ଦାଦାବଟି ଆଦାୟ: ଯୁବକକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କୋଣାର୍କ  (ଗଣେଶ ଚନ୍ଦ୍ର ବେହେରା) ରାମଚଣ୍ଡୀ ଥାନା ଅଧିନସ୍ଥ ଛଇତନା ଛକ ମୁଖ୍ୟ ରାସ୍ତାରେ ବୁଧବାର ରାତି ୧୦ ଘଟିକା ସମୟରେ ଭୁଜାଲି ଦେଖାଇ ଲୋକ ମାନଙ୍କୁ ଧମକାଇ ଆତଙ୍କ ସୃଷ୍ଟିକରି ଦାଦାବଟି ଆଦାୟ କରିବା ଅଭିଯୋଗରେ ରାମଚଣ୍ଡୀ ଥାନା ଅଧିନସ୍ଥ କବିରାଜପୁର ପବିତ୍ର ପୃଷ୍ଟି ଓରଫ ପବି (୩୭) ବର୍ଷ ଯୁବକଙ୍କୁ ଗିରଫ କରି ଗୁରୁବାର ପୂର୍ବାହ୍ନ ସମୟରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ ଗତ ବୁଧବାର ରାତିରେ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ପ୍ରେଟୋଲିଂଗ କରାଯାଉଥିବା ବେଳେ ଛଇତନା ଛକ ମୁଖ୍ୟ ରାସ୍ତାରେ କବିରାଜପୁର ଗ୍ରାମର ପବିତ୍ର ପୃଷ୍ଟି (୩୭) ବର୍ଷ ଭୁଜାଲି ଦେଖାଇ ସେହି ରାସ୍ତାରେ ଗୋପ ଓ ପୁରୀ ଅଭିମୁଖେ ମୋଟର ସାଇକେଲ ଯୋଗେ ଯାତାୟତ କରୁଥିବା ଯାତ୍ରୀ ମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଧମକାଇ ଆତଙ୍କ ଖେଳାଇ ଦାଦାବଟି ଆଦାୟ କରିବା ଘଟଣା ରାମଚଣ୍ଡୀ ପୋଲିସ ଖବର ମିଳିଥିଲା। ଏହି ଖବରକୁ ଭିତ୍ତିକରି ରାମଚଣ୍ଡୀ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଛଇତନା ବଜାରରେ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରି ଦାଦାବଟି ଆଦାୟ କରୁଥିବା କବିରାଜପୁର ଗ୍ରାମର ଯୁବକ ପବିତ୍ର ପୃଷ୍ଟି (୩୭) ବର୍ଷ ଙ୍କୁ ରାମଚଣ୍ଡୀ ପୋଲିସ ଗିରଫ କରିଥିଲା। ସଂପୃକ୍ତ ଅଭିଯୁକ୍ତଙ୍କ ଠାରୁ ରାମଚଣ୍ଡୀ ପୋଲିସ ଏକ ଭୁଜାଲି ଜବତ କରିବା ସହିତ ୨୩୦ ଟଙ୍କା ଜବତ କରିଥିଲା। ଏହି ଘଟଣାକୁ ନେଇ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ୭୨/୨୫ ରେ ଏକ ମାମଲା ରୁଜୁ କରାଯାଇ ଗୁରୁବାର ପୂର୍ବାହ୍ନ ସମୟରେ ଅଭିଯୁକ୍ତ ପବିତ୍ର ପୃଷ୍ଟି ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରାମଚଣ୍ଡୀ ଥାନା ଅଧିକାରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ