ଚୁଡାପାଲିରେ ମାଣବସା ମହାଲକ୍ଷ୍ମୀ ପୂଜା ମହୋତ୍ସବ

ବଲାଙ୍ଗିର(ଓ୍ବାଇଏନଏସ): ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଗ୍ରାମ ଠାରେ ୨୮ତମ ମାଣବସା ମହାଲକ୍ଷ୍ମୀ ପୂଜା ଏକ ଆଧ୍ୟାତ୍ମିକ ବର୍ଣ୍ଣାଢ୍ୟ ପରିବେଶରେ ମାର୍ଗଶିର ମାସ ସାରା ଅନୁଷ୍ଠିତ ହୋଇଥାଏ । ଏହି ପୂଜନୋତ୍ସବ ଏକ ବିଶେଷ ପରମ୍ପରା ରହିଛି । ମାର୍ଗଶିର ମାସର ଦ୍ୱିତୀୟ ପାଳି ପରେ ଏକ ବୈଦିକ ରୀତିରେ ବିବାହ ଲଗ୍ନ ସ୍ଥିର କରି ମାଁ ଲକ୍ଷ୍ମୀ ଦେବୀ ଓ ନୃସିଂହ ଦେବଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଅନୁଷ୍ଠାନର ସଭାପତି ଗୌନ୍ତିଆ ଲୋକନାଥ କୁମୁରା ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମନୋଜ କୁମାର ପଟେଲ, ନିଳମଣି ଦଣ୍ଡସେନା, କପିଳ ବେହେରା, ମନୋଜ ଦଣ୍ଡସେନା,  ପ୍ରମୋଦ ନାଏକ, ଶ୍ୟାମ ସୁନ୍ଦର ପୋଡ ଙ୍କ ସଂପାଦନାରେ ବିବାହ ଉତ୍ସବ ର କନ୍ୟାପିତା ଭାବେ ନିଳମଣି ଜାଲ, ମାତା ଶଶିରେଖା ଜାଲ ଓ ବରପିତା ବସନ୍ତ ସାହୁ, ମାତା ମନୋରମା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପୂଜା କାର୍ଯ୍ୟ ନିଳମଣି ଷଡଙ୍ଗି, କ୍ଷିରୋଦ୍ର ଷଡଙ୍ଗି, ଅନନ୍ତ ଷଡଙ୍ଗି ପ୍ରମୁଖ  ସମ୍ପାଦନା କରିଥିଲେ । ପ୍ରଥମ ବର୍ଷରେ ୰ ଲମ୍ବୋଦର ପଟେଲ, ନିଳମଣି ଷଡଙ୍ଗି, ବେଣୁଧର ବାଗ, ନିଳମଣି ଦଣ୍ଡସେନା, ରାମ କିଶନ ଅଗ୍ରୱାଲ ଆରମ୍ଭ କରିଥିଲେ । ବିବାହ ଉତ୍ସବରେ ସଦସ୍ୟ ଦୁଲ୍ଲଭ ପାଣ୍ଡେ, କେଶବ, ଟିନୁ, ପ୍ରଶନ୍ନ, ଗୋଲକ, ଅଭିିନାଶ, ବିନୋଦ, ନବିନ, ହାଡୁ, ଗୋପାଳ, ରାହୁଲ, ପ୍ରମୋଦ, ସଂଜୟ, ଦୁଃଖିଶ୍ୟାମ, ପ୍ରଶଂନ୍ନ, ଅଂକିତ, ମାର୍କଣ୍ଡ, ଆଲୋକ, ଶଙ୍କର, ବରୁଣ, ରାଜେନ୍ଦ୍ର, ସରୋଜ, ନିଲୁ, ଗଣେଷ, ସରୋଜ, ଦିପକ, ମୁନା, ରିଙ୍କୁ, ଗୋପାଳ, ଶାନ୍ତ, ପିଣ୍ଟୁ, ସୁମନ୍ତ ମୁଖ୍ୟ ଭୂମିକା ନିଭାଇଥିଲେ । ପ୍ରତ୍ୟହ ସାଂସ୍କୃତିକ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ