ବଡ଼ରମ୍ପାସ ପଞ୍ଚାୟତରେ ମାଣ୍ଡିଆ ଉଭାନ, ଜିଲ୍ଲାପାଳଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଡ଼ରମ୍ପାସ ପଞ୍ଚାୟତକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଣ୍ଡିଆ ଉଭାନ ହୋଇ ଯାଇଥିବା ନେଇ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପୂର୍ବରୁ ଏନେଇ ଗତ ୧୦ତାରିଖ ଦିନ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ରେଶାନ୍ କାର୍ଡ ହିତାଧିକାରୀ ମାନେ କହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଗତ ଜୁଲାଇ ମାସରେ ପ୍ରତି ହିତାଧୀକାରୀ ମାନଙ୍କୁ ମାସକୁ ୧କିଲୋ ୭୫୦ଗ୍ରାମ ହିସାବରେ ସାଢ଼େ ତିନିକିଲୋ ଲେଖାଏଁ ମଣ୍ଡିଆ ଯୋଗାଇ ଦିଆ ଯାଇଥିଲା। ପ୍ରତି ପଞ୍ଚାୟତରେ ମାଣ୍ଡିଆ ବଣ୍ଟନ ହୋଇଥିବା ବେଳେ ବଡ ରମ୍ପାସ ପଞ୍ଚାୟତ ରେ ବଣ୍ଟନ କରୁଥିବା ମା ମଙ୍ଗଳା ଏସ ଏସ ଜି ଗ୍ରୁପ ଏହି ମାଣ୍ଡିଆ ବଣ୍ଟନ କଲେ ନାହିଁ। ତେଣୁ ଏହି ମାଣ୍ଡିଆ କୁଆଡେ ଗଲା କିଏ ଉଭାନ କଲା ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୀମସେନ ପେରେଇ, ଦେବାଶିଷ ସେନାପତି, ପ୍ରଦୀପ କୁମାର ଧଳ, ବିପିନି ଖୁଣ୍ଟିଆ, ଜଗତା ଖୁଣ୍ଟିଆ, ଶାନ୍ତ ନୁ ଖୁଣ୍ଟିଆ, ଅଭିମାନ୍ୟୁ ରାଉତ, ଅଜୟ ଜେନା ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ