ଶାସଙ୍ଗ ପଞ୍ଚାୟତର ଅନେକ ଯୁବକ ବିଜେପିରେ ସାମିଲ
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ପଞ୍ଚାୟତ ର ଅନେକ ଯୁବକ ବିଜେପି ରେ ସାମିଲ ହୋଇଛନ୍ତି। । ଆଜି ହାଟଡିହି ଠାରେ ସୁଧାଂଶୁ ଶେଖର ବିଶ୍ଵାଳ, ଆକାଶ ସା, ନିରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଶାସଙ୍ଗ ପଞ୍ଚାୟତର ଗଗନ ବିଶ୍ୱାଳ,ମାନସ ବିଶ୍ୱାଳ, ଟୁବୁଲା ସ୍ୱାଇଁ, ଅଶୋକ ବେହେରା, ଅଜୟ ସାହୁ, ଦେବବ୍ରତ ସାହୁ, କାଳନ୍ଦୀ ବେହେରା, ବିଟୁନ ସ୍ୱାଇଁ, ଚିନ୍ମୟ ଘଡେଇ, ଜିତନ ରାଉତ,ସୌଭାଗ୍ୟ ଜେନା, କାଳିଆ ସ୍ୱାଇଁ, ରବୀନ୍ଦ୍ର ବିଶ୍ୱାଳ, ବାଵନ ବିଶ୍ୱାଳ, ଅଜୟ ଜେନା,ବିଜୟ ଜେନା,ଗୁଣା ଜେନା,କୁଳମଣି ସାହୁ, ବିଦ୍ୟାଧର ଜେନା, ଅଶ୍ରୁମୋଚନ ବିଶ୍ୱାଳ ,ପପୁନ ବେହେରାଙ୍କ ସମେତ ୫୦ରୁ ଅଧିକ ଯୁବକ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ। ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, କେନ୍ଦୁଝର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜ୍ଞାନରଂଜନ ସାମନ୍ତ ସିଂହାର, ବରିଷ୍ଠ ନେତା ସୁଶାନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ। ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ର ସଂକଳ୍ପ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ଦୃଢ଼ ନେତୃତ୍ୱ ରେ ଆସ୍ଥା ପ୍ରକଟ କରି ଯୁବକ ମାନେ ବିଜେପି ରେ ସାମିଲ ହୋଇଥିବାର ପ୍ରକାଶ କରିଛନ୍ତି।