ଚୋରାମଦ ସହ ଗଞ୍ଜେଇ ଜବତ :୧୧ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ଆଳି, ପାଟକୁରା, ମାର୍ଶାଘାଇ ଓ ରାଜନଗର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉ ଫଳରେ ମାଳପଟଣା ଗ୍ରାମର ଅକ୍ଷୟ ଲେଙ୍କା(୬୮)ଙ୍କ ଠାରୁ ୧ କିଗ୍ରା ଗଞ୍ଜେଇ, ଅଠରବାଟିଆ ଗ୍ରାମର ଜିତେନ୍ଦ୍ର ସେଠୀ(୨୮)ଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ, ଲୋକନାଥ ଗ୍ରାମର ବଳରାମ ମଳିକ(୩୨)ଙ୍କ ଠାରୁ ୨୩ ଲିଟର ଦେଶୀ ମଦ, ବଡପଡା ଗ୍ରାମର ଚନ୍ଦନ ମଳିକ(୫୦)ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ବାରତୁଙ୍ଗା ଗ୍ରାମର ଅମୂଲ୍ୟ ସ୍ୱାଇଁ(୩୪)ଙ୍କ ଠାରୁ ୧୪ଶହ ଲିଟର ଦେଶୀ ରନ୍ଧା ମଦ ଓ ଗୁଡ ପୋଚ, ତିଖିରୀ ଗ୍ରାମର କମଳା ବେହେରା(୫୫ )ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ପାଟଳିପଙ୍କ ଗ୍ରାମର କୈଳାଶ ବେହେରା(୫୫)ଙ୍କ ଠାରୁ ୧୭ ଲିଟର ଦେଶୀ ମଦ, କେରଡାଗଡ ଗ୍ରାମର ସସ୍ମିତ ସାହୁ(୩୮)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ରିଘାଗଡ ଗ୍ରାମର ସଞ୍ଜୟ ମାଝୀ(୪୯)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଓ ଶିବ ସେଠୀ(୪୯)ଙ୍କ ଠାରୁ ୨୮ ଲିଟର ବିଦେଶୀ ମଦ ଏବଂ ରାଧାମଳିପୁର ଗ୍ରାମର ମଣ୍ଟୁମାଇତୀ(୪୯)ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ ସହ ଏକ ମୋଟର ସାଇକେଲ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୫୮୧ ଲିଟର ଦେଶୀ, ବିଦେଶୀ, ଦେଶୀ ରନ୍ଧା, ଗୁଡ ପୋଚ ମଦ ଓ ଏକ ମୋଟର ସାଇକେଲ ସମେତ ଏକ କିଗ୍ରା ଗଞ୍ଜେଇ ଜବତ କରାଯାଇ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରୀକ୍ଷକ ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


