ସରିଲା ମାଟ୍ରିକ୍ ଖାତା ଦେଖା: ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ (ଓ୍ବାଇଏନଏସ): ନିର୍ଭୁଲ ଏବଂ ବିନା ଦ୍ବନ୍ଦ୍ବରେ ମାଟ୍ରିକ୍ ଖାତା ଦେଖା ଶେଷ ହେଇଛି । ଏହା ପରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଁ ଦ୍ବିତୀୟ ପ୍ରକ୍ରିୟା ଆରମ୍ଭ ହେବ । ଏଥର ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଁ ଲକ୍ଷ୍ୟ ରହିଛି। ମାଟ୍ରିକ୍ ରେଜଲ୍ଟ ଟାବୁଲେସନ୍ ପାଇଁ ଏକ ମାସ ଲକ୍ଷ୍ୟ ରହିଛି । ସେହିପରି ମାଟ୍ରିକ୍ ଫଳ ପ୍ରକାଶ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ରେ ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଏଥି ସହିତ ପେପର ଖରାପ ଥିଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତି ମଧ୍ୟରେ ଶେଷ ହୋଇସାରିଥିବାର ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ମାଟ୍ରିକ୍ ଖାତା ଦେଖା ଶେଷ ହୋଇଥିବା ଦୁଇଟି ଜିଲ୍ଲାରୁ ଉତ୍ତରଖାତା ବୁଧବାର ପହଞ୍ଚିଥିବାର ସୂଚନା ମିଳିଛି । ମାଟ୍ରିକ୍ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତରଖାତା ମୂଲ୍ୟାୟନ ଲାଗି ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ଅଛନ୍ତି । ସୂଚନାଯୋଗ୍ୟ, ମାଟ୍ରିକ୍, ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ମିଶି ଚଳିତ ବର୍ଷ ଚଳିତ ରାଜ୍ୟରେ ୫ ଲକ୍ଷ ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧୦୦ ନମ୍ବର ବିଶିଷ୍ଟ ପରୀକ୍ଷାରୁ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଥିବାରୁ ତାହା ମୂଲ୍ୟାୟନ ଶେଷ ହୋଇସାରିଛି । ସବ୍ଜେକ୍ଟିଭ୍ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା । ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ପ୍ରତିଦିନ ଶିକ୍ଷକମାନେ ଖାତା ଦେଖିସାରିବା ପରେ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ଲିଙ୍କ୍ରେ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ ହୋଇଛି । ମାଟ୍ରିକ୍ ପରୀକ୍ଷା ଫଳ ମେ’ ପ୍ରଥମ କିମ୍ବା ସପ୍ତାହ ସୁଦ୍ଧା ପ୍ରକାଶ ପାଇଁ ବୋର୍ଡ ସମୟ ଧାର୍ଯ୍ୟ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ