ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା, ୨୭ରେ ଶେଷ

କଟକ,  (ଓ୍ବାଇଏନଏସ): ଚଳିତବର୍ଷର ମାଟ୍ରିକ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ ଏହି ପରୀକ୍ଷା। ଏଥର ମଧ୍ୟ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବାକୁ ଥିବାବେଳେ ଗଣିତ ବିଷୟ ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ। ଏ ସମ୍ପର୍କରେ ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି।ବୋର୍ଡର ସୂଚନା ଅନୁଯାୟୀ, ମାଟ୍ରିକ ସହ ମଧ୍ୟମା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ମଧ୍ୟ ସମାନ ସମୟସୀମା ମଧ୍ୟରେ ହେବ। ମାର୍ଚ୍ଚ ୧୨ରେ ପ୍ରଥମ ଭାଷା ସାହିତ୍ୟ ପରୀକ୍ଷାରୁ ଆରମ୍ଭ ହେବ ଲିଖିତ ପରୀକ୍ଷା। ଏହାପରେ ମାର୍ଚ୍ଚ ୧୫ରେ ବିଜ୍ଞାନ ଏବଂ ମାର୍ଚ୍ଚ ୧୭ରେ ଗଣିତ ପରୀକ୍ଷା ହେବ। ମାର୍ଚ୍ଚ ୧୮ରେ ଭିଜୁଆଲ୍ ଆର୍ଟର ପ୍ରାକ୍ଟିକାଲ୍ ପରୀକ୍ଷା ରହିଛି। ସେହିପରି ମାର୍ଚ୍ଚ ୧୯ ତାରିଖରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ ଏବଂ ମାର୍ଚ୍ଚ ୨୫ରେ ହିନ୍ଦୀ ପରୀକ୍ଷା ଅନୁଷ୍ଠିତ ହେବ। ଶେଷରେ ମାର୍ଚ୍ଚ ୨୭ ତାରିଖରେ ସଂସ୍କୃତ ପରୀକ୍ଷା ସହ ସମସ୍ତ ପରୀକ୍ଷାର ସମାପ୍ତି ହେବ। ପରୀକ୍ଷା ସୂଚୀ ପ୍ରକାଶ ପାଇବା ପରେ ଏବେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରସ୍ତୁତି ନେଇ ତତ୍ପରତା ବଢ଼ିବା ସ୍ୱାଭାବିକ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବିଷୟର ପ୍ରସ୍ତୁତି ଶେଷ କରିବା ସହ ପରୀକ୍ଷା ପାଇଁ ଉପଯୁକ୍ତ ଯୋଜନା କରିବା ଉପରେ ଏବେ ଛାତ୍ରଛାତ୍ରୀଙ୍କ ନଜର ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ